ରାଜଧାନୀ ରାସ୍ତାରେ ପରିମଳ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଲେ ଭୁବନେଶ୍ୱର ମହାନଗର ନିଗମ କମିସନର

ଲିଙ୍ଗରାଜ ମନ୍ଦିରରୁ ମାଉସୀମା’ ଛକ ଯାଏଁ ପ୍ରାୟ ୨କିଲୋମିଟର ଚାଲିଲେ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ ଆଜି ଅଚାନକ ଆରମ୍ଭ କଲେ ଆବର୍ଜନା ଯାଞ୍ଚ । ରାଜଧାନୀ ରାସ୍ତାରେ ପରିମଳ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର । ଭୁବନେଶ୍ୱରର କଳ୍ପନା ଛକରୁ ରବି ଟକିଜ୍ ଯାଏଁ ବିଭିନ୍ନ ଅଞ୍ଚଳ ବୁଲି ନିଜେ ଆବର୍ଜନାର ତଦାରଖ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ବ୍ୟବସାୟୀଙ୍କୁ ହଟାଇବା ସହ ରାସ୍ତା କଡ଼ରେ ପଡ଼ିଥିବା ଆବର୍ଜନା ତୁରନ୍ତ ସଫା କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖ ଥାଉ କି, କିଛିଦିନ ତଳେ ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ଜରିଆରେ ଆକସନ୍ ମୁଡରେ ଆସି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ବ୍ୟବସାୟୀ ଦୋକାନ ବାହାରେ ରାସ୍ତାରେ ଅଳିଆ ପକାଇବାରୁ, ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡ଼ି ଦେଇଥିଲେ ବିଏମସିର କର୍ମଚାରୀ । ନୂଆକରି ତିଆରି ହୋଇଥିବା ଏହି ଦୋକାନ ଘରକୁ ସବୁ ଅଳିଆକୁ ବିଏମସି କମିସନରଙ୍କ ନିର୍ଦେଶରେ ଫୋପାଡ଼ି ଦେଇଥିଲେ ବିଏମସି ଅଧିକାରୀ ।

ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ କମିସନରଏକାମ୍ର କ୍ଷେତ୍ରରେ ସଫେଇ କରିବା ସହ ଜବରଦଖଲ ଉଚ୍ଛେଦ ଓ ପ୍ଲାଷ୍ଟିକ ଜବତ କରିଥିଲେ। ଲିଙ୍ଗରାଜ ମନ୍ଦିରରୁ ମାଉସୀମା’ ଛକ ଯାଏଁ ପ୍ରାୟ ୨କିଲୋମିଟର ଚାଲି ଚାଲି ରାସ୍ତା ଉପରେ ଘରୋଇ ଉପକରଣ, ଅଳିଆ ଆବର୍ଜନା ନେଇ ତାଗିଦ କରିବା ସହ ରାସ୍ତାକୁ ଅବରୋଧମୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ କମିସନର ।

ସମ୍ବନ୍ଧିତ ଖବର