ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଦର୍ଶନରେ ଶୃଙ୍ଖଳା ପ୍ରସଂଗ, ହାଇକୋର୍ଟ‌େର ଶୁଣାଣି ଘୁଞ୍ଚିଲା

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ଢିଲା, ନୀତିକାନ୍ତିରେ ଅହେତୁକ ବିଳମ୍ବ, ଭକ୍ତଙ୍କୁ ଦୁର୍ବ୍ୟବହାର, ଦର୍ଶନରେ ବିଶୃଙ୍ଖଳା ଭଳି ଅଭିଯୋଗ ‌ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ଦାୟର ମାମଲାର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି। ସମାନ ପ୍ରସଂଗକୁ ନେଇ ଏବେ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପରି ପରିସ୍ଥିତିରେ ମାମଲାର ଶୁଣାଣି ଘୁଞ୍ଚିଛି। ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହାଇାକୋର୍ଟରେ ଏହି ମାମଲାର ଶୁଣାଣି କରାଯିବା ଉଚିତ ବୋଲି ଶୁଣାଣି ସମୟ‌େର ଦର୍ଶାଯାଇଥିଲା। ୨୦୧୯, ଏପ୍ରିଲ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୈତ୍ରୀ ସଂସଦ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶେ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଛି, ଅନେକ ସମୟରେ ନୀତିକାନ୍ତି ସଂପାଦନ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହେଉଛି, ଦର୍ଶନ ଓ ମହାପ୍ରସାଦ ବାହାରିବାରେ ବିଳମ୍ବ ହେଉଛି, ଭକ୍ତଙ୍କୁ ଦୁର୍ବ୍ୟବହାର କରାଯାଉଛି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି। ମାମଲାରେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ପୂର୍ବରୁ ଏହି ମାମଲାରେ ପ୍ରତିପକ୍ଷ ଜବାବ ଦାଖଲ କରି ସାରିଥିବା ବେଳେ ଆବେଦନକାରୀଙ୍କ ତରଫରୁ ପ୍ରତିଜବାବ ରଖାଯାଇଛି।

ସମ୍ବନ୍ଧିତ ଖବର