ସିଙ୍ଗାପୁର ବିଶ୍ୱବିଦ୍ୟାଳୟରେ ଡାକ୍ତର ତିରୁପତି ପାଣିଗ୍ରାହୀଙ୍କୁ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର: ସିଙ୍ଗାପୁରସ୍ଥିତ ରୟାଲ୍‌ ଇନ୍‌ଷ୍ଟିଚ୍ୟୁଟ ତରଫରୁ ହାଇଟେକ୍‌ ଏଜୁକେଶନାଲ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ତିରୁପତି ପାଣିଗ୍ରାହୀଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଡାକ୍ତର ପାଣିଗ୍ରାହୀ ଭାରତର ଓଡ଼ିଶା ରାଜ୍ୟର ପ୍ରଥମ ୨ଟି ହସ୍‌ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ଏବଂ ଦୀର୍ଘ ୧୪ବର୍ଷ ଧରି ଗରିବ ମଧ୍ୟବିତ୍ତ ଓ ନିମ୍ନ ବର୍ଗର ଜନସାଧାରଣଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କରି ଆସୁଛନ୍ତି ।

ଗତ କିଛିଦିନ ତଳେ ଗଜପତି ଜିଲ୍ଲାର ସିଂପୁରରେ ବ୍ୟାପିଥିବା ମହାମରୀ ଡେଙ୍ଗୁ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ସଫଳ ହୋଇଥିଲେ। ଓଡ଼ିଶାରେ ସ୍ୱାସ୍ଥ୍ୟ ସଚେତନା ଓ ରୋଗୀ ସେବାରେ ବୈପ୍ଳବିକ ପରିବର୍ତ୍ତନ ଆଭିମୁଖ୍ୟକୁ ଦର୍ଶାଇ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନୀତ କରାଯାଇଛି।

ଏହି ସମ୍ମାନ ପାଇବା ପରେ ଡାକ୍ତର ପାଣିଗ୍ରରହୀ କହିଛନ୍ତି, ଏହି ପୁରସ୍କାର ଓ ଉପାଧି ମୋତେ ଆହୁରି କାମ କରିବାର ଉତ୍ସାହ ଓ ପ୍ରେରଣା ଦେଇଥିବାବେଳେ ସମାଜ ପାଇଁ ଥିବା ଦାୟିତ୍ୱ ବୋଧକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର