ରେଂଗାଲି/ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ପାଣି ଚୋରି ଉଦ୍ୟମରେ ଶ୍ୟାମି ମେଟାଲିକ୍ସର ମ୍ୟାନେଜର(ପି ଆଣ୍ଡ ଏ) ଶରତ କୁମାର(୪୬)ଙ୍କୁ ରେଂଗାଲି ଥାନା ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏହି ମାମଲାରେ ରେଂଗାଲି ଥାନା ପୁଲିସ୍ କଂପାନିର ଜଣେ ତଳିଆ ଅଧିକାରୀଙ୍କୁ ଗିରଫ କରି ମାମଲା ଚାପି ଦେବା ପାଇଁ ପ୍ରୟାସ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରେଂଗାଲି ବ୍ଲକ ଥୁଣ୍ଟି କତରବଗା ଗାଁଠାରୁ ୩ କିଲୋମିଟର ଦୂରରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଶ୍ୟାମ ମେଟାଲିକ୍ସର ଇନ୍ଟେକ୍ ଓ୍ଵଲ୍ ରହିଛି। ଶ୍ୟାମ ମେଟାଲିକ୍ସ ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଂଚଳରେ ପଣ୍ଡଲୋଇ ପାର୍ଶ୍ୱରେ ଜେସିିବି ମେସିନ ପାଣି ଚୋର କରିବା ପାଇଁ ମାଟି ଖୋଳୁଥିଲା। ଗାଁ ଲୋକେ ଏହାର ପ୍ରତିବାଦ କରିବା ପରେ ମଧ୍ୟ ମାନି ନଥିଲେ। ଫଳରେ ଗାଁ ଲୋକେ ଜଳ ସଂପଦ ବିଭାଗର ପ୍ରମୁଖ ସଚିବଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ହୀରାକୁଦ ବନ୍ଧ କର୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଥିଲେ। ସଂଗେସଂଗେ ଅଧିକାରୀମାନଙ୍କ ଏକର ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କାମ ବନ୍ଦ କରିବାକୁ କଂପାନିକୁ ନିର୍ଦେଶ ଦେଇଥିଲୋ। ମାତ୍ର ଅଧିକାରୀମାନେ ସେଠାରୁ ଫେରିବା ପରେ କଂପାନି କର୍ତୃପକ୍ଷ ପୁଣି କାମ ଆରମ୍ଭ କରି ଦେଇଥିଲେ। ଫଳରେ ରବିବାର ଦିନ ହୀରାକୁଦ ମୁଖ୍ୟବନ୍ଧର ନିର୍ବାହୀ ଯନ୍ତ୍ରୀ ରେଂଗାଲି ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଅଭିଯୋଗ ପାଇବାରେ ୨୪ ଘଣ୍ଟା ମଧ୍ୟରେ କଂପାନି ଜଣେ ଅଧିକାରୀଙ୍କୁ ଗିରଫ କରିଛି। ଶ୍ୟାମ ମେଟାଲିକ୍ସର ବରିଷ୍ଠ ଅଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ କେବଳ ମ୍ୟାନେଜର ଶରତ କୁମାରକୁ ଗିରଫ କରିଥିବା ଆଲୋଚନା ହେଉଛି। ଘଟଣା ପାଇଁ ଦାୟୀ କଂପାନିର ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଗିରଫ କରିବା ସହ ବେଆଇ ଭାବେ ମାଟି ଖୋଳୁଥିବା ଜେସିବି ମେସିନକୁ ବି ଜବତ କରିବାକୁ ଦାବି ହୋଇଛି।