୧୮ରୁ ଏହି ସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶାର ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ଦେଖା ଯାଇନାହିଁ। ବର୍ତ୍ତମାନ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୪.୬ଡିଗ୍ରି ସେଲସିୟସ୍‌ ଥିବା ବେଳେ ଅନୁଗୁଳରେ ୧୪.୬ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି। ଆସନ୍ତା ସୋମବାର ଅର୍ଥାତ୍‌ ୧୮ ତାରିଖରେ ବାଲେଶ୍ୱର, ଗଞ୍ଜାମ, ଗଜପତି ଆଦି ସ୍ଥାନରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ୧୯ରୁ ୨୨ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ।

ସମ୍ବନ୍ଧିତ ଖବର