ହାଇକୋର୍ଟରେ ଦେଢ ଲକ୍ଷ ବିଚାରାଧୀନ ମାମଲା, ୫୬୧ଟି ମାମଲା ୩୦ ବର୍ଷରୁ ଅଧିକ ପୁରୁଣା

କଟକ : ହାଇକୋର୍ଟ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବା ବେଳେ ୨୦୧୯, ଅକ୍ଟୋବର ୧୬ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୪୯ ହଜାର ୫୭୫ଟି ମାମଲା ବିଚାରାଧୀନ ରହିଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ଓଡ଼ିଶା ହାଇକୋର୍ଟରେ ଏବେ ୩୯ ହଜାର ୮୨୫ଟି ସିଭିଲ କେସ୍, ୪୧ ହଜାର ୬୭୦ଟି କ୍ରିମିନାଲ କେସ୍, ୬୮ ହଜାର ୮୦ଟି ରିଟ୍ ପିଟିସନ୍ ବିଚାରାଧୀନ ରହିଛି। ଏଥି ମଧ୍ୟରୁ ୫୪୫ଟି ସିଭିଲ କେସ୍ ୩୦ ବର୍ଷ ବା ତା’ଠାରୁ ପୁରୁଣା ହୋଇଥିବା ବେଳେ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ସେହିଭଳି ୩୦ ବର୍ଷ ବା ତା’ଠାରୁ ପରୁଣା ୭ଟି କ୍ରିମିନାଲ କେସ୍ ଓ ୯ଟି ରିଟ୍ କେସ୍ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ଏଭଳି ଭାବେ ୩୦ ବର୍ଷରୁ ଅଧିକ ‌୫୬୧ଟି ମାମଲା ଏବେ ହାଇକୋର୍ଟରେ ବିଚ‌ାରାଧୀନ ରହିଛି। ୨୦ରୁ ୩୦ ବର୍ଷ ପୁରୁଣା ୩ ହଜାର ୨୪୭ଟି ମାମଲା ହାଇକୋର୍ଟରେ ପଡିଥିବା ବେଳେ ସେଥିରେ ୧ ହଜାର ୯୬୨ଟି ସିଭିଲ କେସ୍, ୬୪୦ଟି କ୍ରିମିନାଲ କେସ୍ ଓ ୬୪୫ଟି ରିଟ୍ ପିଟିସନ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୨୧ ହଜାର ୮୯୯ଟି ବିଚାରାଧୀନ ମାମଲା ହାଇକୋର୍ଟରେ ପଡି ରହିଥିବା ବେଳେ ସେଥିରେ ରହିଛି ୮ ହଜାର ୧୦୪ଟି ସିଭିଲ କେସ୍, ୭ ହଜାର ୭୭୨ଟି କ୍ରିମିନାଲ କେସ୍ ଓ ୬ ହଜାର ୭୩ଟି ରିଟ୍ କେସ୍। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୩୫ ହଜାର ୫୧୮। ଏଥି ମଧ୍ୟରେ ୭ ହଜାର ୯୪୯ଟି ସିଭିଲ କେସ୍, ୮ ହଜାର ୫୧୭ଟି କ୍ରିମିନାଲ କେସ୍, ୧୯୫୨ଟି ରିଟ୍ ପିଟିସନ୍ ରହିଛି। ସେହିଭଳି ୩ରୁ ୫ ବର୍ଷ ପୁରୁଣା ୨୨ ହଜାର ୪୩ଟି ବିଚାରାଧୀନ ମାମଲା ମଧ୍ୟରେ ୫ ହଜାର ୨୩୭ଟି ସିଭିଲ କେସ୍, ୪ ହଜାର ୬୪୪ଟି କ୍ରିମିନାଲ କେସ୍ ଓ ୧୨ ହଜାର ୧୬୨ଟି ରିଟ୍ କେସ୍ ରହିଛି। ୧ ବର୍ଷରୁ ୩ ବର୍ଷ ପୁରୁଣା ୨୯ ହଜାର ୪ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଥି ମଧ୍ୟରେ ୭ ହଜାର ୫୭ଟି ସିଭିଲ କେସ୍, ୬ ହଜାର ୧୭୯ କ୍ରିମିନାଲ କେସ୍ ଓ ୧୫ ହଜାର ୭୬୮ଟି ରିଟ୍ ପିଟିସନ୍ ବିଚାରାଧୀନ ରହିଛି। ୱେବସାଇଟରେ ଥିବା ତଥ୍ୟ ଅନୁସାରେ ମହିଳାମାନେ ଆବେଦନକାରୀ ଥିବା ୭ ହଜାର ୬୪୦ଟି ମାମଲା ଏବେ ହ‌ାଇକୋର୍ଟରେ ବିଚାରାଧୀନ ରହିଛି। ମହିଳାମାନଙ୍କ ପକ୍ଷରୁ ରୁଜୁ ୩ ହଜାର ୧୭୯ଟି ସିଭିଲ କେସ୍, ୧ ହଜାର ୧ହଜାର ୧୯୦ କ୍ରିମିନାଲ କେସ୍ ଓ ୩ ହଜାର ୨୭୧ଟି ରିଟ୍ ପିଟିସନ୍ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର