ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଗାଡ଼ି ଚାଳକଙ୍କ ପାଖରେ ନାହିଁ ଡ୍ରାଇଭି˚ ଲାଇସେନ୍ସ
୮ ଜିଲ୍ଲା କିଓସ୍କୋକୁ ମିଳିବ ତାଲିମ, ଅଧିକ ୩୦୦ କମ୍ପ୍ୟୁଟର ନିୟୋଜିତ
କଟକ : ରାଜ୍ୟରେ ଆଜି ତାରିଖ ସୁଦ୍ଧା ମୋଟ ୧ ଲକ୍ଷ ୩୫ ହଜାର ଗାଡ଼ି ଚାଳକଙ୍କର ଡ୍ରାଇଭି˚ ଲାଇସେନ୍ସ(ଡିଏଲ୍) ନାହିଁ। ତଥାପି ସେମାନେ ବେଆଇନ ଭାବେ ରାଜପଥରେ ଗାଡ଼ି ଚଳାଉଥିଲେ। ସ˚ଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଚାଳକମାନେ ଆର୍ଟିଓରେ ଲର୍ଣ୍ଣି˚ ଲାଇସେନ୍ସ (ଏଲ୍ଏଲ୍) ପାଇଁ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ତାଲିକାରେ ଭୁବନେଶ୍ବର- ୧ ଆର୍ଟିଓରେ ସର୍ବାଧିକ ୧୨ ହଜାର ଚାଳକ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଗାଡ଼ିର କାଗଜପତ୍ର ଠିକ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟ ଦେଇଥିବାରୁ ଲର୍ଣ୍ଣି˚ ଲାଇସେନ୍ସ ଆବେଦନକାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଥିବା ପରିବହନ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିବହନ କମିସନଙ୍କ କାର୍ଯ୍ୟାଳୟର ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୩ ଲକ୍ଷ ଗାଡ଼ି ଚାଳକ ଡ୍ରାଇଭି˚ ଲାଇସେନ୍ସ ପାଇଛନ୍ତି। କିନ୍ତୁ ଏମାନଙ୍କୁ ବାଦ୍ ଦେଲେ ଲକ୍ଷାଧିକ ୨ ଚକିଆରୁ ଆରମ୍ଭ କରି ଦଶ ଚକିଆ ଯାନ ଚାଳକ ବିନା ଡିଏଲ୍ରେ ରାଜ୍ୟ ଓ ଜାତୀୟ ରାଜପଥରେ ଗାଡ଼ି ଚଳାଉଛନ୍ତି। ସେପ୍ଟେମ୍ବର ୧ ତାରିଖରୁ ସ˚ଶୋଧିତ ମୋଟର ଯାନା ଆଇନ ଲାଗୁ ହେବା ପରଠାରୁ ରାଜ୍ୟର ୩୫ଟି ଆର୍ଟିଓ ଏବ˚ ୩ଟି ଏଆର୍ଟିଓର ତଥ୍ୟ ମୁତାବକ ଭୁବନେଶ୍ବର-୧ରେ ସର୍ବାଧିକ ୧୨ ହଜାର ଚାଳକ ଲର୍ଣ୍ଣି˚ ଲାଇସେନ୍ସ(ଏଲ୍ଏଲ୍) ପାଇଁ ଆବେଦନ କରିଛନ୍ତି। ଭୁବନେଶ୍ବର-୨ରେ ୬ ହଜାର, ଖୋର୍ଧାରେ ୬ ହଜାର, କଟକରେ ୬ ହଜାର, ପୁରୀରେ ୬ ହଜାର, ବାଲେଶ୍ବରରେ ୫ ହଜାର, ଗଞ୍ଜାମରେ ୫ ହଜାର, ଯାଜପୁରରେ ୫ ହଜାର ଚାଳକ ଏଲ୍ଏଲ୍ ପାଇଁ ଆବେଦନ କରିଛନ୍ତି। ଅବଶିଷ୍ଟ ଆର୍ଟିଓ/ଏଆର୍ଟିଓରେ ଆବେଦନକାରୀଙ୍କ ସ˚ଖ୍ୟା ୫ ହଜାରରୁ କମ୍ ଥିବା କୁହାଯାଉଛି। ସେପ୍ଟେମ୍ବର ୧ ତାରିଖ ପୂର୍ବରୁ କଟକ ଆର୍ଟିଓରେ ଦୈନକ ହାରାହାରି ୧୪୭ ଜଣ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବେଳେ ଏବେ ସ˚ଖ୍ୟା ୪୪୦ରେ ପହଞ୍ଚିଛି। ସେଭଳି ଯାଜପୁର ଜିଲ୍ଲା ଚଣ୍ତିଖୋଲ ଆର୍ଟିଓରେ ଦୈନିକ ୧୨୦ ଜଣ ଆବେଦନକାରୀ ଥିବା ବେଳେ ଏବେ ସ˚ଖ୍ୟା ୩୦୦ରେ ପହଞ୍ଚିଛି। ଉଭୟ କଟକର ଚୌଦ୍ବାରଠାରୁ ଓ ଭୁବନେଶ୍ବର ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୫ ହଜାର ଅଟୋ ଚାଲୁଥିବା ବେଳେ ପାଖାପାଖି ୧୫ ହଜାର ଅଟୋ ଚାଳକଙ୍କ ଡିଏଲ୍ ନାହିଁ। ସେମାନେ ଏବେ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି।
ଲର୍ଣ୍ଣି˚ ଲାଇସେନ୍ସ ଅଧିକ ସ˚ଖ୍ୟାରେ ଆବେଦନ କରାଯାଉଥିବାରୁ ଆର୍ଟିଓରେ ଭିଡ଼ ବଢ଼ିବାରେ ଲାଗିଛି। ସେଥିପାଇଁ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ଆର୍ଟିଓ ଗୁଡ଼ିକରେ ଲର୍ଣ୍ଣି˚ ଲାଇସେନ୍ସ ସ୍ଲଟ୍ ଟାଇମ୍ ସପ୍ତାହରେ ଗୋଟିଏ ଦିନ ୧୦ଟାରୁ ୫ଟା ଯାଏ ରହୁଥିଲା। କିନ୍ତୁ ସ˚ଶୋଧିତ ନିୟମ ଲାଗୁ ପରେ ଚାଳକଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ସ୍ଥଳ ବିଶେଷରେ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ଆଲଟ୍ମେଣ୍ଟ କରାଯିବ। ଛୁଟି ଦିନ ଗୁଡ଼ିକରେ ମଧ୍ୟ ଆର୍ଟିଓ ଖୋଲାଯିବ। ଭୁବନେଶ୍ବର ଆର୍ଟିଓ ଅଧୀନରେ ୪ଟି ଏବ˚ ଖୋର୍ଧାରେ ଗୋଟିଏ ଅସ୍ଥାୟୀ ଲର୍ଣ୍ଣି˚ ଲାଇସେନ୍ସ ପ୍ରଦାନ ପାଇଁ କ୍ୟାମ୍ପ ଖୋଲାଯିବ। ଆଜି ଉକ୍ତ ୫ଟି କ୍ୟାମ୍ପରେ ଆର୍ଟିଓର ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି। ୩୮ଟି ଆର୍ଟିଓରେ ପ୍ରାୟ ୨୦୦ କମ୍ପ୍ୟୁଟର ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଲାଗିଥିବା ବେଳେ ଏବେ ଅଧିକ ୩୦୦ଟି କଂପ୍ୟୁଟର ବ୍ୟବହାର କରାଯାଉଛି।
ଏବେ କଟକ, ଭୁବନେଶ୍ବର, ପୁରୀ, ରାଉରକେଲା, ଗଞ୍ଜାମ, ବାଲେଶ୍ବର, ଯାଜପୁର ଏବ˚ ଖୋର୍ଧାରେ ଗାଡ଼ି ଚାଳକ ଅଧିକ ସ˚ଖ୍ୟାରେ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରୁଥିବାରୁ ସେଠାକାର ଇଣ୍ଟର୍ନେଟ୍ ସୁବିଧା ଥିବା କିଓସ୍କୋ ସେଣ୍ଟର କର୍ମଚାରୀଙ୍କୁ କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ଦିନିକିଆ ତାଲିମ ଦିଆଯିବ। ସେମାନେ କେମିତି ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଅନ୍ଲାଇନ୍ରେ ସ୍ଲଟ୍ ପାଇଁ ଆବେଦନ କରିବେ ଏବ˚ ଅନ୍ୟ ସ୍ଲଟ୍ ଖାଲି ଥିଲେ କିଭଳି ସ୍ଲଟ୍ ପରିବର୍ତ୍ତନ କରାଯିବ-ସେ ନେଇ ସେମାନଙ୍କୁ ତାଲିମ ଦିଆଯିବ। ପରେ ଅନ୍ୟ ଜିଲ୍ଲାର କିଓସ୍କୋ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ରାଜ୍ୟରେ ପଲ୍ୟୁସନ୍ ଟେଷ୍ଟ ପାଇଁ ପରିବହନ କାର୍ଯ୍ୟାଳୟ ୧୩୮ ଜଣଙ୍କୁ ଅନୁମତି ଦେଇଥିବା ବେଳେ ସେପ୍ଟେମ୍ବର ୧ ତାରିଖ ପରେ ଅଧିକ ୩ ଜଣ ଆବେଦନ କରିଛନ୍ତି। ଯେଉଁମାନଙ୍କର ରିନ୍ୟୁଆଲ୍ ହୋଇନଥିଲା, ସେମାନେ ମଧ୍ୟ ରିନ୍ୟୁଆଲ୍ କରିଛନ୍ତି।
ପରିବହନ କମିସନର ସ˚ଜୀବ ପଣ୍ତା କହିଛନ୍ତି ଯେ, ଆଗାମୀ ଦିନରେ ଲର୍ଣ୍ଣି˚ ଲାଇସେନ୍ସ ଆବେଦନକାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ସ୍ଲଟ୍ ବୁକି˚ ବ୍ୟବସ୍ଥା ଅନ୍ଲାଇନ୍ରେ ହେଉଥିବାରୁ କୌଣସି ଦଲାଲଙ୍କ ସହାୟତା ନନେବାକୁ ସେ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି।