୩୯ ଡିଗ୍ରି ଉପରେ ୧୦ ସହର

ଭୁବନେଶ୍ବର: ବଢ଼ିଲା ତାତି। ଗତକାଲି ଅପେକ୍ଷା ଆଜି ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ସାମାନ୍ୟ କମିଛି। ତେବେ ବହୁ ସ୍ଥାନରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ଇତି ମଧ୍ୟରେ ୩୮ ଡିଗ୍ରି ଟପିଯାଇଛି। ୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବା ସହ ମୋଟ୍‌ ୧୦ଟି ସହରର ତା‌ପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା। ଓଡ଼ିଶା ଉପରେ ଏବେ ସେଭଳି ବର୍ଷାର ସମ୍ଭାବନା ନାହିଁ। ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥା‌ନରେ କାଳବୈଶାଖୀ ବର୍ଷା ହୋଇପାରେ। ଏପ୍ରିଲ ୭ ପର୍ଯ୍ୟନ୍ତ ଏଭଳି ଆଶଙ୍କା ରହିଛି। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ। ତାପମାତ୍ରା ଆହୁରି ବଢ଼ିବ। ୭ ତାରିଖ ବେଳକୁ ଭୁବନେଶ୍ବର ତାପମାତ୍ରା ପୁଣିଥରେ ୪୦ ଡିଗ୍ରି ଟପିଯିବାର ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର