କଟକରୁ ଉତ୍ତର ପ୍ରଦେଶ ଯାଇଥିବା ୧୦ କୋଟି ୯୦ ଲକ୍ଷ ଟଙ୍କା ଘଟନାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର: ଛତିଶଗଡ଼ ଅନ୍ତର୍ଗତ ମହାସମୁଦ ପୁଲିସ ଜବତ କରିଥିବା ୧୦ କୋଟି ୯୦ ଲକ୍ଷ ଟଙ୍କା, ଯାହା କଟକରୁ ଯାଇଥିଲା, ସେ ସଂକ୍ରାନ୍ତରେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିବ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ଶର୍ମା କହିଛନ୍ତି।

କଟକରେ ରହି ଆଗ୍ରାର ଅବଧେଶ ଅଗ୍ରଓ୍ଵାଲ୍‌ ନାମକ ଜଣେ ବ୍ୟକ୍ତି ଏହି ଟଙ୍କା ଚାଲାଣ କରିଥିବା କଥା ପୁଲିସ କହିଛି। ଜବତ ଟଙ୍କାରେ ୨ ହଜାର, ୫ ଶହ, ୨ ଶହ ଏବଂ ୧ ଶହ ଟଙ୍କିଆ ତାଡ଼ା ରହିଛି। ମହାସମୁଦ ପୁଲିସ ୪ ଜଣଙ୍କୁ ଅଟକ ରଖି ଏ ସଂକ୍ରାନ୍ତରେ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

କାହିଁକି ଏତେ ପରିମାଣର ନଗଦ ଟଙ୍କା ଗାଡ଼ିରେ ଯାଉଥିଲା, ସେ ସଂକ୍ରାନ୍ତରେ ବିଭିନ୍ନ ଦିଗରୁ ଅନୁସନ୍ଧାନ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର