ଦୁର୍ଘଟଣାରେ ୧୦ ମୃତ : ବୁର୍ଲାରେ ୩, ରେଙ୍ଗାଲିରେ ୨, ଅନ୍ୟ କେତେକ ସ୍ଥାନରେ ୫

ଧନକଉଡ଼ା/ ରେଙ୍ଗାଲି/ଢେଙ୍କାନାଳ : ରାଜ୍ୟର କେତେକ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ବୁର୍ଲା ଏବଂ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ’ ଉପରେ ଘଟିଥିବା ଦୁର୍ଘଟଣା ଅଧିକ ମର୍ମନ୍ତୁଦ। ବୁର୍ଲା ଦୁର୍ଘଟଣାରେ ମା’-ପୁଅଙ୍କ ସହ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି, ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ’ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଢେଙ୍କାନାଳ ବିଭିିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି।

ଘଟଣାସ୍ଥଳରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ବୁର୍ଲା ଥାନା ଗୋଶାଳା ଫାଣ୍ଡି ଖଗ୍‌ସୀପାଲି ନିକଟରେ ଏକ ବଲେରୋ (ଓଆର ୨୮ ୦୭୨୬) ଧକ୍କାରେ ୩ ଜଣ ବାଇକ୍ (ଓଆର ୧୭ଏଫ ୩୦୪୪) ଆରୋହୀଙ୍କ ମୃତ୍ୟୁ‌ ହୋଇଛି। ମୃତକମାନେ ହେଲେ ଲରମ୍ଭାର ମା’-ପୁଅ ବିଦ୍ୟାସିନୀ ସେଟ (୪୫) ଓ ତରୁଣ ସେଟ (୧୪) ଏବଂ ଅନ୍ୟ ଜଣେ ହେଲେ ତରୁଣଙ୍କ ପିଉସୀ ପୁଅ ଭାଇ ଭେ‌ଡ଼େନ ଥାନା ବୁର୍ଦ୍ଦା ଗ୍ରାମର ଅଶୋକ ନାଏକ (୩୯)। ଗୋଶାଳା ପୁଲିସ ଦୁଘର୍ଟଣା ଘଟାଇଥିବା ବଲେରୋକୁ ଜବତ କରିଛି।

ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ’ ଉପରେ ଦୁର୍ଘଟଣା ଘଟି ବୁଧବାର ସକାଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଠେଲକୋଲଇ ଥାନା ଲପଙ୍ଗା ବସଷ୍ଟାଣ୍ଡରୋ ଏକ ଟ୍ରେଲର୍ (ଓଆର ୨୩ଏଫ ୬୮୮୭) ବାଇକ୍ ଓ ସ୍କୁଟିକୁ ଧକ୍କା ଦେଇଥିଲା। ଉଭୟ ବାଇକ୍ (ଓଆର ୧୫ଏଫ ୯୫୫୧) ଓ ସ୍କୁଟି (ଓଡି ୧୫ଜେ ୮୯୭୧) ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସ୍କୁଟିରେ ଥିବା ହୀରାକୁଦ ମହମ୍ମଦପୁର ନିବାସୀ କୃଷ୍ଣବଲ୍ଲଭ ମେହେର (୬୫) ଓ ଲପଙ୍ଗା ଭୁଲିଆଡିହି ନିବାସୀ ଦାଶରଥୀ ମେହେର (୪୫)।

ଅନ୍ୟପକ୍ଷରେ, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରାସୋଳ ଥାନା ଅଞ୍ଚଳରେ ବିଭିନ୍ନ ଦୁର୍ଘଟଣାରେ ଆଜି ୫ ଜଣଙ୍କର ପ୍ରାଣହାନି ଘଟିଛି। ୪ ଜଣଙ୍କର ସଡ଼କ ଦୁର୍ଘଟଣା‌େର ମୃତ୍ୟୁ ଘଟିଥିବାବେଳେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ, ଗଞ୍ଜରାଠାରେ ଗଛ ସହ ଏକ ପଲସର୍‌ ବାଇକ୍‌ ପିଟି ହେବାରୁ ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ମୃତ ୨ ଯୁବକ ହେଉଛନ୍ତି ଗଁଦିଆ ବ୍ଲକ୍‌ ଡାଳବାଇଁଶିଆର ଗ୍ରାମର ଜଳଧର ନାଏକ(୩୦) ଏବଂ ସଦର ଥାନା ରଘୁନାଥପୁରର ହିମାଂଶୁ ଭୋଇ(୨୫)। ଉଭୟ ଏକ ବିବାହ ବରଯାତ୍ରୀ ରୂପେ ବମ୍ପା ଗ୍ରାମକୁ ଏକ ପଲ୍‌ସର ବାଇକ୍‌ରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗଛ ସହ ପିଟି ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌େର ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ‌େଘାଷଣା କରିଥିଲେ।

ସମ୍ବନ୍ଧିତ ଖବର