ହୀରାକୁଦର ୧୦ ଗେଟ୍‌ ଖୋଲା

ସମ୍ବଲପୁର : ରବିବାର ଦିନ ସାରା ହୀରାକୁଦ ବନ୍ଧର ୧୦ଟି ଗେଟ୍‌ ଖୋଲା ରଖି ଯେତିକି ଜଳ ଆସୁଥିଲା ପ୍ରାୟ ସେତିକି ନିଷ୍କାସନ କରାଯାଉଛି। ଫଳରେ ଜଳଭଣ୍ଡାରରସ୍ତର ୬୨୫ରୁ ୬୨୬ ଫୁଟ ମଧ୍ୟରେ ସ୍ଥିର ରହିଛି। ରବିବାର ରାତି ୯ଟା ବେଳକୁ ଜଳଭଣ୍ଡାରର ସ୍ତର ୬୨୫.୬୭ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧, ୮୭, ୯୯୭ ଘନଫୁଟ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧, ୭୫, ୨୯୨ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ଓ ତଳ ମୁଣ୍ଡରେ ଆଦୌ ବର୍ଷା ହୋଇ ନଥିବା ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର