୧୦ ଇନ୍ସପେକ୍ଟରଙ୍କୁ ପଦୋନ୍ନତି; ୧୮ ଡିଏସ୍‌ପି/ଏଏସ୍‌ପିଙ୍କ ବଦଳି

କଟକ : ରାଜ୍ୟ ପୁଲିସ୍‌ ବିଭାଗରେ କାର୍ଯ୍ୟରତ ୧୦ ଜଣ ଇନ୍ସପେକ୍ଟରଙ୍କୁ ଆଜି ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏଥିସହିତ ୧୬ଜଣ ଡିଏସ୍‌ପି ଏବଂ ୨ଜଣ ଅତିରିକ୍ତ ଏସ୍‌ପିଙ୍କର ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ସମ୍ବଲପୁରର ପ୍ରଦୀପ କୁମାର ସାହୁୁ ଯାଜପୁର ଆଇୟୁସିଏଡବ୍ଲୁକୁ, ସମ୍ବଲପୁରର ଯୋଗେଶ୍ୱର ଓରାମ ଡେଙ୍କାନାଳ ଡିଆଇବିକୁ, ଝାରସୁଗୁଡ଼ା ଏପିଟିସିର ଜ୍ୟୋତ୍ସ୍ନାମୟୀ ପ୍ରଧାନ ସୁନ୍ଦରଗଡ଼ ଆଇୟୁସିଏଡବ୍ଲୁକୁ, ଭଦ୍ରକର ବାସୁଦେବ ସ୍ୱାଇଁ ନୟାଗଡ଼ ଆଇୟୁସିଏଡବ୍ଲୁକୁ, ଗୁଇନ୍ଦାର ବଟକ୍ରିଷ୍ଣ ମିଶ୍ର ବ୍ରହ୍ମପୁର ଆଇୟୁସିଏଡବ୍ଲୁକୁ, ଗଞ୍ଜାମର ପ୍ରଶାନ୍ତ କୁମାର ଦାସ ବ୍ରହ୍ମପୁର ଜିଲ୍ଲା ମୁଖ୍ୟାଳୟକୁ, ବଲାଙ୍ଗୀରର ଜ୍ୟୋର୍ତିମୟ ଭୁକ୍ତ ରାଉରକେଲା ଆଇଏଏଚ୍‌ଟିୟୁର ଭାରପ୍ରାପ୍ତ ଡିଏସ୍‌ପି ଭାବେ ବଦଳି ହୋଇଛନ୍ତି। ସେହିପରି ଗୁଇନ୍ଦା ଇନ୍ସପେକ୍ଟର ବ୍ରଜେଶ୍ୱରୀ ବଳ, ଗୀତାରାଣୀ ସେଠୀ, ସତ୍ୟଜିତ ମିଶ୍ରଙ୍କୁ ମୂଳ ସ୍ଥାନରେ ପଦୋନ୍ନତି ଦିଆଯାଇ ଅବସ୍ଥାପିତ କରାଯାଇଛି।

ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରେ ବୋଣାଇ ଏସ୍‌ଡିପିଓ ଶିଶୁ ରଂଜନ ମହାପାତ୍ରଙ୍କୁ ବୁର୍ଲା ଏସ୍‌ଡିପିଓ ଭାବେ ବଦଳି କରାଯିବା ସହ ବୁର୍ଲା ଏଚ୍‌ଏସ୍‌ଏଫ୍‌ ଡିଏସ୍‌ପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ବୁର୍ଲା ଏସ୍‌ଡିପିଓ ତଥା ଏଚ୍‌ଏସ୍‌ଏଫ୍‌ ଡିଏସ୍‌ପି ଅବକାଶ ରାଉତରାୟଙ୍କୁ ବଣାଇ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଏସ୍‌ଡିଆର୍‌ପିଓ କ୍ଷୀର ସାଗର ନାଏକଙ୍କୁ ବଲାଙ୍ଗୀର ସଦର ଭାରପ୍ରାପ୍ତ ଏସ୍‌ଡିପିଓ, ବଲାଙ୍ଗୀର ପିସିଆର୍‌ ସେଲ୍‌ ଡିଏସ୍‌ପି କିଶୋର କୁମାର ପାଣିଗ୍ରାହୀଙ୍କୁ ଝାରସୁଗୁଡ଼ା ଏସ୍‌ଡିଆର୍‌ପିଓ, କଟକ ଆଇୟୁସିଏଡବ୍ଲୁ ଡିଏସ୍‌ପି ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ସମ୍ବଲପୁର ଆଇୟୁସିଏଡବ୍ଲୁର ଡିଏସ୍‌ପି, ସମ୍ବଲପୁରର ଆଇୟୁସିଏଡବ୍ଲୁ ଡିଏସ୍‌ପି ଲମ୍ବୋଧର ବୁଡାଙ୍କୁ ରାଉରକେଲା ଡିଆଇବି ଡିଏସ୍‌ପି, ନୟାଗଡ଼ ଆଇୟୁସିଏଡବ୍ଲୁ ଭାରପ୍ରାପ୍ତ ଡିଏସ୍‌ପି ରାମଚନ୍ଦ୍ର ସାହୁଙ୍କୁ କଟକ ଆଇୟୁସିଏଡବ୍ଲୁ ଭାରପ୍ରାପ୍ତ ଡିଏସ୍‌ପି, କୋରାପୁଟ ମୁଖ୍ୟାଳୟ ଡିଏସ୍‌ପି ନିରଂଜନ ବେହେରାଙ୍କୁ ସୁନାବେଡା ଏସ୍‌ଡିପିଓ, ସୁନାବେଡା ଏସ୍‌ଡିପିଓ ନରହରି ନାୟକଙ୍କୁ ଗୁଇନ୍ଦା ଡିଏସ୍‌ପି, ରାୟଗଡ଼ା ଆଇୟୁସିଏଡବ୍ଲୁ ଭାରପ୍ରାପ୍ତ ଡିଏସ୍‌ପି ପ୍ରଭାଶଙ୍କର ନାୟକଙ୍କୁ କଟକ ଏଚ୍‌ଆର୍‌ପିସି ଭାରପ୍ରାପ୍ତ ଡିଏସ୍‌ପି, ସମ୍ବଲପୁର ଭାରପ୍ରାପ୍ତ ଏସ୍‌ଡିପିଓ ମିହିର କୁମାର ପଣ୍ଡାଙ୍କୁ ସୁବର୍ଣ୍ଣପୁର ଭାରପ୍ରାପ୍ତ ଏସ୍‌ଡିପିଓ, ସୁବର୍ଣ୍ଣପୁର ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗତାଙ୍କୁ ସମ୍ବଲପୁର ସଦର ଏସ୍‌ଡିପିଓ, ବ୍ରହ୍ମପୁର ଆଇଏଏଚ୍‌ଟିୟୁ ଡିଏସ୍‌ପି ଦିବାକର ସିଂହଙ୍କୁ ଦେଓଗଡ଼ ଡିଆଇବି ଡିଏସ୍‌ପି, ଦେଓଗଡ଼ ଡିଆଇବି ଡିଏସ୍‌ପି ଜୟକୃଷ୍ଣ ବେହେରାଙ୍କୁ କନ୍ଧମାଳ ଜି.ଉଦୟଗିରି ଏସ୍‌ଡିପିଓ, ଜି.ଉଦୟଗିରି ଏସ୍‌ଡିପିଓ ଅମରେଶ କୁମାର ପାଣିଗ୍ରାହୀଙ୍କୁ କନ୍ଧମାଳ ଡିଆଇବି ଡିଏସ୍‌ପି ଏବଂ କଟକ ଏଚ୍‌ଆର୍‌ପିସି ଡିଏସ୍‌ପି ପ୍ରଦୀପ କୁମାର ଜାଲିଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅନ୍ତର୍ଗତ କଟକସ୍ଥିତ ଓଡ଼ିଶା ସଡ଼କ ସୁରକ୍ଷା ସେଲ୍‌ର ଏନ୍‌ଫୋର୍ସମେଣ୍ଟ ଅଫିସର ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଯାଜପୁର ଆଇୟୁସିଏଡବ୍ଲୁ ଅତିରିକ୍ତ ଏସ୍‌ପି ଅସିତ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଡିଆଇଜି କାର୍ଯ୍ୟାଳୟକୁ ଏବଂ ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଗଣେଶ୍ୱର ସେଠୀଙ୍କୁ ଯାଜପୁର ଆଇୟୁସିଏଡବ୍ଲୁକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର