୨୦୩୦ ସୁଦ୍ଧା ବାର୍ଷିକ ୧୦୦ ମିଲିୟନ୍‌ ଟନ୍‌ ଇସ୍ପାତ ଉତ୍ପାଦନ ନିମନ୍ତେ ରାଜ୍ୟର ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶାରେ ୨୦୩୦ ମସିହା ସୁଦ୍ଧା ବାର୍ଷିକ ୧୦୦ ମିଲିୟନ୍‌ ଟନ୍‌ ଇସ୍ପାତ ଉତ୍ପାଦନ ହୋଇପାରିବା ସେଥି ସକାଶେ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆପୋଷ ଆଲୋଚନା ଅନୁଷ୍ଠିତ ହୋଇଯାଇଛିା ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେଟ୍‌ ଦିବ୍ୟ ଶଙ୍କର ମିଶ୍ର ୬୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ମୁଖ୍ୟଙ୍କୁ ଜଣାଇଥଲେ ଯେ ଓଡ଼ିଶାରେ ଇସ୍ପାତ ଉତ୍ପାଦନ ବୃଦ୍ଧି ନିମନ୍ତେ ସମସ୍ତ ଉତ୍ପାଦନକାରୀ ସଂସ୍ଥାକୁ ରାଜ୍ୟ ସରକାର ଅନୁକୂଳ ପରିବେଶ ଯୋଗାଇଦେବୋ ଡାଉନଷ୍ଟ୍ରିିମ୍‌ ଶିଳ୍ପଗୁଡ଼ିକୁ ୫୦ ପ୍ରତିଶତ ମୂଲ୍ୟଯୁକ୍ତ କରି ପ୍ରାଥମିକ ଇସ୍ପାତ ଉତ୍ପାଦନକାରୀ ଭାବରେ ପ୍ରତିଷ୍ଠିତ କରିବାକୁ ରାଜ୍ୟ ସରକାର ୨୦୩୦ ମସିହା ସୁଦ୍ଧା ଏକ ସୁଦୂରପ୍ରସାରୀ ଭିଜନ ପ୍ରସ୍ତୁତ କରିଛନ୍ତିା

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନ୍ତର୍ଭୁକ୍ତ, ଅଭିବୃଦ୍ଧି ଓ ଚିରସ୍ଥାୟୀ ବିକାଶ ନିମନ୍ତେ ଏହି ଇସ୍ପାତ ଶିଳ୍ପଗୁଡ଼ିକ ସେମାନଙ୍କର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ ପାିରୁ ସାମାଜିକ କାର୍ଯ୍ୟକ୍ରମ କରିବା ଦିଗରେ ମନ୍ତ୍ରୀ କ୍ୟାପ୍ଟେଟ୍‌ ଗୁରୁତ୍ୱାରୋପ କରିଥଲୋ

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ବୈଠକରେ ଶିଳ୍ପ ସଂସ୍ଥାଗୁଡ଼ିକୁ ସରକାରଙ୍କ ପକ୍ଷରୁ ଉପଲବ୍ଧ ହେଉଥବା ସୁବିଧା ସୁଯୋଗଗୁଡ଼ିକ ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥଲୋ ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ମୂଲ୍ୟଯୁକ୍ତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥବା ପ୍ରକାଶ କରିଥଲୋ ଏହି ଦିଗରେ ଅଧକ ଅଗ୍ରସର କରିବା ପାଇଁ ଶିଳ୍ପ ସଂସ୍ଥାର ଆନୁଷଙ୍ଗିକ ଖର୍ଚ୍ଚ କମାଇବା ଦିଗରେ ଭିତ୍ତିଭୂମିର ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥବା ଚୋପ୍ରା ଜଣାଇଥଲୋ

ଇସ୍ପାତ ଉନ୍ନୟନ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ତଥା ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ ଜଣାଇଥଲେ ଯେ ବୃହତ୍‌ ଆକାରରେ ଶିଳ୍ପ ନିବେଶ ସକାଶେ ଇଡ୍‌କୋ ଦ୍ୱାରା ତୁରନ୍ତ ଶିଳ୍ପଯୋଗ୍ୟ ଏକ ଲକ୍ଷ ଏକର ପରିମିତ ଜମି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛିା ଶିଳ୍ପ ସଂସ୍ଥାଗୁଡ଼ିକରେ କାର୍ଯ୍ୟକରିବା ସକାଶେ ଦକ୍ଷତାସଂପନ୍ନ କୁଶଳୀ କାରିଗରଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସିଂ ଜଣାଇଥଲେ।

ସମ୍ବନ୍ଧିତ ଖବର