ମାନସିକ ବିକୃତି ଓ ଜ୍ୱରରେ ପୀଡ଼ିତା କଲେଜ ଛାତ୍ରୀଙ୍କୁ  ମିଳିଲାନି ୧୦୮ ଆମ୍ବୁଲାନ୍ସ

ଉଲୁଣ୍ଡା: ମାନସିକ ବିକୃତି ଓ ଜ୍ୱରରେ ପୀଡ଼ିତ ଥିବା କଲେଜ ଛାତ୍ରୀଙ୍କୁ  ମିଳିଲାନି ୧୦୮ ଆମ୍ବୁଲାନ୍ସ ଉଲୁଣ୍ଡାରେl ଉଲୁଣ୍ଡା (ଇମିସ )ବିପଦ ବେଳେ ସ୍ୱାସ୍ଥ୍ୟ ସେବା ନିଯୋଜିତ କରିବା ସହ ସେବା ଯୋଗାଇ ଦେବା ପାଇଁ ସରକାର ଗ୍ରାମାଞ୍ଚଳରେ ୧୦୮ ଗାଡ଼ି ଯୋଗାଇ ଦେଇଛନ୍ତି। କିନ୍ତୁ ଉଲୁଣ୍ଡା ବ୍ଲକରେ ନିୟୋଜିତ ଥିବା ୧୦୮ କାମରେ ଲାଗୁ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅଞ୍ଚଳରେ ଦୁଇଜଣକୁ ୧୦୮ ଆମ୍ବୁଲାନ୍ସ ସେବା ନ ମିଳିବାରୁ ହଟହଟା ହେଲେ ରୋଗୀ l ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଉଲୁଣ୍ଡା ଓ ହରିନାପାଲୀ ଗ୍ରାମରେ l

ସୂଚନା ଅନୁସାରେ ଗତକାଲି  ଉଲୁଣ୍ଡାର ବିଧବା ମହିଳା ଝରଣା ମହାକୁରଙ୍କ ପୁଅ ତ୍ରିଆଂଶୁର ମାନସିକ ବିକୃତି ଦେଖା ଦେବାରୁ ନିକଟରେ ଥିବା ଡାକ୍ତରଖାନାକୁ ନେଇଥିଲେ l ପ୍ରାଥମିକ ଚିକତ୍ସା ପରେ ଡାକ୍ତର ଭୀମସା ବୁର୍ଲାକୁ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗେ ନେବା ପାଇଁ ଔଷଧ ଲେଖିଥିବା କାଗଜରେ ଲେଖି ଥିଲେ l ଝରଣା ମହାକୁରଙ୍କ କହିବା ଅନୁସାରେ ଡାକ୍ତର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଅଫିସକୁ ଫୋନ କରିଥିଲେ ହେଲେ, ମାନସିକ ଭିନ୍ନକ୍ଷମ ରୋଗୀକୁ ନେଇ ହେବ ନାହିଁ କହିଥିଲେ l ଡାକ୍ତର ଖାନାରୁ ହତାଶ ହୋଇ ଝରଣା ନିଜ ପୁଅକୁ ଘରକୁ ଫେରାଇ ଆଣିଥିଲେ, ହେଲେ କାଲି ଚିକତ୍ସା କରାଇ ପାରି ନ ଥିଲେ l

ଏ ନେଇ ୧୦୯ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଅଫିସକୁ ଫୋନ କରି ପଚାରିବାରୁ ମାନସିକ ରୋଗୀକୁ ନେବା ପାଇଁ ସୁଵିଧl ନ ଥିବା କଥା କହିଥିଲେ l  ଅନ୍ୟ ପକ୍ଷରେ କରୋନା ପାଇଁ ଲକଡାଉନ ଲାଗି କୌଣସି ଗାଡି ବୁର୍ଲାକୁ ଭଡ଼ା ରେ ନେବା ପାଇଁ ମଙ୍ଗୁ ନାହାନ୍ତି l ଝରଣା ଜଣେ ଗରିବ ମହିଳା ହୋଇ ଥବାରୁ ଗତ ଦୁଇ ଦିନ ତଳେ ପାଇଥିବା ବିଧବା ଭତ୍ତା ୪ମାସର ଦୁଇ ହଜାର ଟଙ୍କା ହାତରେ ରଖିଛନ୍ତି l ଯଦି ଗାଡ଼ି ଭଡ଼ା ବାବଦକୁ ଦୁଇ ହଜାର ଦେବି ଔଷଧ ବାବଦକୁ ହାତରେ ଟଙ୍କା ନାହିଁ କଣ କରିବି ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି l

ସମ୍ବନ୍ଧିତ ଖବର