୧୨ ଅବକାରୀ ଅଧିକାରୀଙ୍କ ବଦଳି

କଟକ : ୧୨ଟି ଜିଲ୍ଲାର ଅବକାରୀ ଅଧୀକ୍ଷକ ବଦଳିଛନ୍ତି। ଏ ସଂକ୍ରାନ୍ତରେ ଆଜି ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ବିବେକାନନ୍ଦ ନାୟକଙ୍କୁ ବାଲେଶ୍ବର, ରାମଚନ୍ଦ୍ର ମିଶ୍ରଙ୍କୁ ବ୍ରହ୍ମପୁର, ରାଜେନ୍ଦ୍ର ଭୋତ୍ରାଙ୍କୁ ଗଂଜାମ, ଡମ୍ବରୁଧର ଖଣ୍ଡଙ୍କୁ କଳାହାଣ୍ଡି ଜିଲ୍ଲାର ଅଧୀକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଚଞ୍ଚଳ କୁମାର ପଟ୍ଟନାୟକଙ୍କୁ ଗଂଜାମ କାଣିସି ଓଏସବିସି ଡିପୋ ଶାଖା ପରିଚାଳକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଶେଷଦେବ ଦାସଙ୍କୁ କେନ୍ଦ୍ରାପଡା ଜିଲ୍ଲା ଭାରପ୍ରାପ୍ତ ଅଧୀକ୍ଷକ, ଅମରେନ୍ଦ୍ର କୁମାର ଜେନାଙ୍କୁ ପୁରୀର ଭାରପ୍ରାପ୍ତ ଅଧୀକ୍ଷକ, ପ୍ରଦୀପ୍ତ କିଶୋର ଦାସଙ୍କୁ ନୟାଗଡ, ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ନବରଙ୍ଗପୁର, ଗୌତମ ସାହୁଙ୍କୁ ଭଦ୍ରକ, ଦେବୀପ୍ରସାଦ ଦାସଙ୍କୁ କୋରାପୁଟ ଏବଂ ଦିଲ୍ଲୀପ କୁମାର ପଲେଇଙ୍କୁ ରାଜ୍ୟ ଫ୍ଲାଇଂ ସ୍କ୍ବାଡ ଡିଏସପି ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର