ଆସନ୍ତା କାଲି ୧୨ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଲା ସଂଘ ପରିବାର

କେନ୍ଦ୍ରାପଡ଼ା: ଆସନ୍ତା କାଲି ୧୨ଘଣ୍ଟିଆ କେନ୍ଦ୍ରାପଡ଼ା ଜିଲ୍ଲା ବନ୍ଦ ରହିବ ବୋଲି ବୁଧବାର ସଂଘ ପରିବାର ଡାକରା ଦେଇଛି।  ଏଥିସହ କେନ୍ଦ୍ରାପଡ଼ାରେ ଏକ ପ୍ରତିବାଦ ଶୋଭାଯାତ୍ରା ମଧ୍ୟ ସଂଘ ପରିବାର ପକ୍ଷରୁ କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାସ୍ଥିତ ୧୨ନମ୍ବର ଓ୍ଵାର୍ଡର ସରକାରୀ ହାଇସ୍କୁଲ ପଡ଼ିଆରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ସଂଘ ପରିବାର ଆସନ୍ତା କାଲି ୧୨ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି।

ସମ୍ବନ୍ଧିତ ଖବର