ଟ୍ରକ୍‌-ୱିଙ୍ଗର ଧକ୍କା: ୧୨ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ପତଡ଼ା ନିକଟରେ ଆଜି ରାତି ପ୍ରାୟ ଗୋଟାଏ ବେଳେ ଏକ ଯାତ୍ରୀବାହୀ ୱିଙ୍ଗର ଗାଡ଼ି ସହ ଟ୍ରକ ଧକ୍କା ହୋଇଛି। ଘଟଣାରେ ପାଖାପାଖି ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସ୍ଥାନୀୟ ଲୋକ ଗୁରୁତର ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାକୁ ପଠାଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଏହି ଯାତ୍ରୀମାନଙ୍କ ଘର ଅନୁଗୁଳ ଜିଲ୍ଲା ବୋଲାସିଂହା ଗ୍ରାମରେ। ଏମାନେ କୋରାପୁଟକୁ ପିକ୍‌ନିକ୍‌ କରି ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର