୧୨ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଅଂଚଳରେ ପୁଲିସ ୧୨ଜଣ ନକ୍ସଲକୁ ଗିରଫ କରିଛି। ଗତ ମାର୍ଚ୍ଚ ୧୩ତାରିଖ ଦିନ କିଷ୍ଟରାମ ଅଂଚଳରେ ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ ଆଣ୍ଟି ଲ୍ୟାଣ୍ଡମାଇନ ଗାଡିକୁ ଉଡାଇ ଦେଇଥିବା ବେଳେ ୯ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ସେହି ଘଟଣାରେ ସାମିଲ ଥିବା ୧୨ଜଣ ନକ୍ସଲକୁ ପୁଲିସ ଗିରଫ କରିଥିବା କହିଛି। ସେହିପରି ଗତ ସପ୍ତାହରେ ପୁଲିସ ଏହି ଘଟଣାର ୧୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି।

ସମ୍ବନ୍ଧିତ ଖବର