ଭିତରକନିକାରେ ୧୨ଟି ଧଳା କୁମ୍ଭୀର

ରାଜନଗର : ଭିତରକନିକାରେ ଗୋରୀ ଭଳି ଶଙ୍ଖ ମଲମଲ ଧଳା ରଙ୍ଗର ୧୨ଟି କୁମ୍ଭୀର ଅଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ କୁମ୍ଭୀର ଗଣନା ସମୟରେ ଧଳା ରଙ୍ଗର ଶଙ୍ଖୁଆ କୁମ୍ଭୀର ଦେଖିବାକୁ ମିଳିଛି।

ଚଳିତମାସ ୩ ତାରିଖରୁ ୧୦ ତାରିଖ ଯାଏଁ ଭିତରକନିକାରେ କୁମ୍ଭୀର ଗଣନା କରାଯାଇଥିଲା। ଏହି ଗଣନାରେ ଭିତରକନିକାରେ ୧୬୯୮ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୨ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିବା କୁମ୍ଭୀର ବଶାରଦ ଡଃ. ସୁଧାକର କର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଶ୍ରୀ କର କହିଛନ୍ତି ଯେ, ଭିତରକନିକା ନଦୀର ପାଟ୍ଟଶାଳା, ଧାମରା ଓ ଭିତରକନିକାରେ ଏହି ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ଭିତରକନିକାର ଡାଙ୍ଗମାଳଠାରେ ୪୨ ବର୍ଷର ଧଳା ଶଙ୍ଖୁଆ କୁମ୍ଭୀର ଗୋରୀ, ୯ ବର୍ଷର ଶଙ୍ଖୁଆ କୁମ୍ଭୀର ଆବଦ୍ଧ ପୋଖରୀ ମଧ୍ୟରେ ଥିବାବେଳେ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୫ ମାସର ଧଳା କୁମ୍ଭୀର ଛୁଆ ରହିଛି। ଭିତରକନିକାରେ ଏତେ ସଂଖ୍ୟକ ଧଳା କୁମ୍ଭୀର ଦେଖିବାକୁ ମିଳିବା ଘଟଣା ପ୍ରାଣୀବିଜ୍ଞାନୀଙ୍କୁ ଉତ୍ସାହିତ କରିଛି।

ସମ୍ବନ୍ଧିତ ଖବର