ନୂଆପଡ଼ା: ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ପୁଲିସ ଓଡ଼ିଶାର ୨ ଜଣ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି। ଏହି ହୀରାର ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ। ଏହି ୨ ଜଣ ବିଭିନ୍ନ ରାଜ୍ୟକୁ ହୀରା ଚୋରା ଚାଲାଣ କରୁଥିବା ଗରିଆବନ୍ଧ ଏସପି ଭୋଜରାମ ପଟେଲ ଗୁରୁବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଏସ୍ପିଙ୍କ ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲାରେ ଏକ ହୀରାଖଣି ରହିଛି। ଏହି ଖଣି ଓଡ଼ିଶା ସୀମାରୁ ୮ କିମି. ଦୂରରେ ଥିବାବେଳେ ଓଡ଼ିଶାର ଲୋକେ ବେନିୟମ ଭାବେ ସେଠାରୁ ହୀରା ସଂଗ୍ରହ କରିଥାନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳର ଏହି ଦୁଇ ହୀରା ବ୍ୟବସାୟୀ ବିକାଶ ମାଝୀ (୨୭) ଓ ଯୋଖୋ ମେହେର (୪୦) ଗରିଆବନ୍ଧ ହୀରା ଖଣିରୁ ୧୨୫ ଖଣ୍ଡ ହୀର ସଂଗ୍ରହ କରି ବିକ୍ରି କରିବା ପାଇଁ ଏକ ଲାଲ ସୁପର ସ୍ପେଣ୍ଡର ରେ ମେନ୍ପରୁ ଯାଇଥିଲେ। ଏ ସମ୍ପର୍କରେ ଗରିଆବନ୍ଧ ଏସପି ଖବର ପାଇଁ ଏକ ପୁଲିସ୍ ଟିମ ଗଠନ କରି ମେନପୁର ଥାନା ଜରାପଦର ଠାରେ ଚଢ଼ଉ ଏହି ବ୍ୟବସାୟୀଙ୍କୁ ଗିରଫ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/diamond.jpg)