ବନ୍ଧୁକ ଚାଳନା ଅଭ୍ୟାସ ବେଳେ ଅଘଟଣ : ମହୁମାଛି ଆକ୍ରମଣରେ ୧୩ ଯବାନ ଆହତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତର ବ୍ରାହ୍ମଣୀପାଲି ଗାଁରେ ବୌଦ୍ଧ ଆଇଆରବିର ଯବାନମାନେ ବନ୍ଧୁକ ଚାଳନା ଅଭ୍ୟାସ କରୁଥିବା ବେଳେ ହଠାତ୍‌ ସେଠାରେ ଥିବା ଏକ ଗଛର ମହୁଗୁଡ଼ାରୁ ମହୁମାଛି ବାହାରି ଯବାନମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବନ୍ଧୁକ ଚାଳନା ବନ୍ଦ କରି ଯବାନମାନେ ଛତ୍ରଭଙ୍ଗ ଦେଇଥିଲେ। ଆହତ ୧୩ ଜଣ ଯବାନଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଯବାନମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ବନ୍ଧୁକ ଚାଳନା ଭଳି ନିୟମିତ ଅଭ୍ୟାସ କରୁଥିବା ବେଳେ କୌଣସି କାରଣରୁ ମହୁମାଛିମାନେ ଉତ୍ତେଜିତ ହୋଇ ଯବାନମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର