ସ୍ୱାଧୀନତା ଦିବସରେ ପୁରସ୍କୃତ ହେବେ ୧୩ ପୁଲିସ

କଟକ : ପୁଲିସ ବିଭାଗରେ ସଫଳତାର ସହିତ କାର୍ଯ୍ୟ କରିଥିବା ୧୩ ପୁଲିସ ଅଫିସର୍‌ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଜୟଦେବ ଭବନରେ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ କରିବେ। ପୁଲିସ ବିଭାଗର ସାହସିକତା ପୁରସ୍କାର ପାଇବାକୁ ଥିବା ୩ ଜଣ ହେଉଛନ୍ତି ରାୟଗଡ଼ା ଜିଲ୍ଲାର କନେଷ୍ଟବଳ ଅନନ୍ତ କଡ୍ରାକ୍‌, କନେଷ୍ଟବଳ ଟେଡ୍ୟୁୁରାମ୍ପ ସବର, କୁମାର ହୁଇକା। କାର୍ଯ୍ୟରେ ଉତ୍କର୍ଷତା ପାଇଁ ଭୁବନେଶ୍ୱର ଏସ୍‌ଆଇଡବ୍ଲୁ ଏଏସ୍‌ଆଇ ବି.ଦୁର୍ଗାପ୍ରସାଦ ରାଓ, କମିସନରେଟ୍‌ ପୁଲିସ ମୁଖ୍ୟାଳୟର ଏଏସ୍‌ଆଇ ଏସ୍‌କେ. ଆନ୍‌ଓ୍ଵାର୍‌, ଓଏସ୍‌ଏପି ତୃତୀୟ ବାଟାଲିୟନ୍‌ର ସୁଧାଂଶୁ ମୋହନ ଦେହୁରୀ, ଭିଜିଲାନ୍ସ ମୁଖ୍ୟାଳୟର କନେଷ୍ଟବଳ ଶତ୍ରୁଘ୍ନ ବରାଳ, ଭୁବନେଶ୍ୱର କମିସନରେଟ୍‌ ପୁଲିସର କନେଷ୍ଟବଳ ନରେନ୍ଦ୍ର ପାଲ୍‌, କଟକ କମିସନରେଟ୍‌ ପୁଲିସର କନେଷ୍ଟବଳ ଭି.ନାଗେଶ୍ୱର ରାଓ ଏବଂ ଓଏସ୍‌ଏପି ୭ମ ବାଟାଲିୟନ୍‌ର ସିପାହୀ ସଞ୍ଜୟ କୁମାର ରାୟଙ୍କୁ ପୁଲିସ ମେଡାଲ୍‌ ପ୍ରଦାନ କରାଯିବ। ସେହିପରି ପୁଲିସ ଟ୍ରେନିଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱର ବିପିଏସ୍‌ପିଏ ପକ୍ଷରୁ ଇନ୍‌ସ୍ପେକ୍ଟର ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପ୍ପା ଏବଂ ସେକ୍ସନ ଅଫିସର୍‌ ଅକ୍ଷୟ କୁମାର ସେଠୀଙ୍କୁ ପୁରସ୍କୃତ କରାଯିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର