୧୪ଫୁଟର ଅଜଗର ସାପ ଉଦ୍ଧାର

ଝରିଗାଁ : ଝରିଗାଁ ନିକଟସ୍ଥ ବଇଁଶିବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରୁ ଗ୍ରାମବାସୀ ଏକ ୧୪ଫୁଟର ଅଜଗର ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟାରେ ବଇଁଶିବନ୍ଧା ଗ୍ରାମର ସୁବାସ ସାନ୍ତା, ବିରୁ ସାନ୍ତା, ଇଶ ସାନ୍ତା ପ୍ରମୁଖ ଗାଈ ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ସ୍କୁଲ ନିକଟରେ ଏକ ବଡ ଅଜଗର ସାପକୁ ଦେଖିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ, ଶିକ୍ଷକ ମନୋଜ କୁମାର ସେଠୀ ଓ ଗଙ୍ଗାଧର ପାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ଝରିଗାଁ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ସ୍ଥାନୀୟ କେନ୍ଦ୍ର ନର୍ସରୀରେ ରଖିଥିବା ଜଣାପଡିଛି। ଆସନ୍ତାକାଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଅଜଗର ସାପଟିକୁ ଜଙ୍ଗଲ ଭିତରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୪ଫୁଟ ବେହ ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର