୧୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ଆଜି ୧୫ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ମୀନା, ୨୨୬ ସିଆ ପିଏଫ କମାଣ୍ଡାଣ୍ଟ ମନୋଜ ସିହ୍ନା, ଅତିରିକ୍ତ ଏସପି ସଲଭ ସିହ୍ନା, ଏସଡିପିଓ ରାମଗୋପାଲ କାରିୟାରେଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ମାଚକୋଟ ଏଲଓସି କମାଣ୍ଡର କୁଞ୍ଜାମ କୋସା ଅରଫ ସୋନୁ(୨୮), ଏଲଜିଏସ ସଦସ୍ୟା କୁଞ୍ଜାମ ପାର୍ବତୀ (୨୫), ଏରିଆ ସିଏନଏମ ସଦସ୍ୟ କୁରାମ ଏଙ୍କା (୨୮), ମିଲିସିଆ କମାଣ୍ଡର କୁହୁରାମ ଦୁଲ୍ଲା (୨୫), ଡିକେଏମଏସ ଅଧ୍ୟକ୍ଷ ମାଡକମ ହଡମା (୪୫), ଡିକେଏମଏସ ଉପାଧ୍ୟକ୍ଷ ପଦ୍ମା ଜଗା (୩୨), ମିଲିସିଆ ସଦସ୍ୟ ପଦ୍ମା ବିଜା (୨୦), ମିଲିସିଆ ସଦସ୍ୟ ମଡକମ ପୋଜ୍ଜା (୨୯), ମିଲିସିଆ ପଦାମ ଗଂଗା (୧୯), ଡିକେଏମଏସ ସଦସ୍ୟ ପଦାମ ମଙ୍ଗଡୁ (୪୦), ଡିକେଏମଏସ ସଦସ୍ୟ ମାଡବୀ ଦେବା (୩୮), ସଂଘମ ସଦସ୍ୟ ମାଡକମ ମୁୟା (୪୬), ସଂଘମ ସଦସ୍ୟ ପଡିଆମ ମାଡା (୨୬), ସଂଘମ ସଦସ୍ୟ ପଦାମ ନନ୍ଦା (୩୦) ଏବଂ ସଂଘମ ସଦସ୍ୟ ପଦାମ ହିଡମା (୩୮)।

କୁଞ୍ଜାମ କୋସା ନାମରେ ପୂର୍ବରୁ ସରକାର ୫ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ କୁଞ୍ଜାମ ପାର୍ବତୀ, କୁହୁରାମ ଦୁଲ୍ଲା, ମାଡକମ ହଡମା ନାମରେ ସରକାର ୧ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ସଂଗଠନର ଆଗଧାଡିର ନକ୍ସଲ ହୋଇଥିବା ବେଳେ ଏମାନଙ୍କ ଆତ୍ମସମର୍ପଣ ପରେ ସଂଗଠକୁ ବଡ ଝଟକା ଲାଗିଛି। ଦୀର୍ଘ ଦିନ ଧରି ସଂଗଠନରେ ଜଡିତ ହେବା ପରେ ମଧ୍ୟ ମାଓବାଦୀ ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରୁନଥିବା କହିଛନ୍ତି। ନୀରିହ ଲୋକଙ୍କୁ ବିନା କାରଣରେ ହତ୍ୟା କରିବା, ଆଦିବାସୀଙ୍କୁ ଟାର୍ଗେଟ କରିବା ଏବଂ ସରକାର ବିରୋଧୀ କାମ କରିବା ପାଇଁ ସବୁବେଳେ ଉସୁକାଉଥିବା କହିଥିଲେ। ପୁଣି ଆନ୍ଧ୍ର ନକ୍ସଲଙ୍କ ନିର୍ଯାତନା ବଢ଼ି ଯାଇଥିଲା। ଆତ୍ମସମର୍ପଣ ପରେ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନର୍ଭରଶୀଳ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର