ସମନ୍ଵୟ ବୈଠକରେ ଆଲୋଚନା: ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୫୫ ପ୍ଲାଟୁନ ପୁଲିସ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୧୯କୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଆଧାରରେ ୧୫୫ ପ୍ଲାଟୁନ ପୁଲିସ ମୁତୟନ ହେବେ। ରଥଯାତ୍ରା ପାଇଁ ଆୟୋଜିତ ସମନ୍ଵୟ କମିଟିର ବୈଠକରେ ଶୁକ୍ରବାର ଏହା ଆଲୋଚନା ହୋଇଛି।

ରଥଯାତ୍ରା ବେଳେ ପୁରୀକୁ ରାଜ୍ୟ ଓ ରାଜ୍ୟ ବାହାରୁ ୧୯୨ଟି ଟ୍ରେନ୍‌ ଚଳାଚଳ କରିବ। ପୁରୀ ସହ ୬୨ଟି ସ୍ଥାନରେ ଟ୍ରେନ୍‌ ବୁକିଂ କାଉଣ୍ଟର ଖୋଲିବ। ପୁରୀ-ଭୁବନେଶ୍ୱର ରାସ୍ତାକଡ଼ରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଜୁନ୍‌ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଜୁନ୍‌ ୨୫ ପୂର୍ବରୁ ପୁରୀ ସହରରେ ନାଳନର୍ଦ୍ଦମା ସଫେଇ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି।

EDecorati

ଜୁନ ୨୫ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ହୋଇଛି। ଶ୍ରୀଜଗନ୍ନାଥ ବନପ୍ରକଳ୍ପକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ତିନି ମାସ ମଧ୍ୟରେ ବାସ୍ତବଚିତ୍ର ଓ ହିସାବ ଦେବାକୁ ବନବିଭାଗକୁ ନିର୍ଦ୍ଦେଶ ହୋଇଛି।

ସେହିପରି ପୁରୀ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟବିଭାଗକୁ ନେଇ ଏକ ଟିମ୍‌ ଗଠନ ହେବ। ପୁରୀ-ଭୁବନେଶ୍ୱର ରାସ୍ତାରେ ୫ଟି ଆମ୍ବୁଲାନ୍ସ ସଜାଗ ରଖିବାକୁ ଏନ୍‌ଏଚ୍‌ଆଇକୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର