ଟ୍ରେନ୍‌ ଧକ୍କାରେ ୧୭ ମଇଁଷି ମଲେ

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୧୬ଟି ମଇଁଷି ସହ ଏକ ମଇଁଷି ଛୁଆର ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଟ୍ରେନ ବ୍ରହ୍ମପୁରରୁ ଇଚ୍ଛାପୁର ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗୋଳନ୍ଥରା ନୂଆ ସାହିର ସିଏଚ. କ୍ରିଷ୍ଣା ରେଳ ଲାଇନ କଡ଼ରେ ମଇଁଷି ପଲ ଚରାଉଥିଲେ। କିଛି ମଇଁଷି ରେଳ ଲାଇନ ପାର ହେଉଥିଲେ। ଦ୍ରୁତ ଗତିରେ ଥିବା ଟ୍ରେନ ମଇଁଷି ଗୁଡ଼ିକୁ ଧକ୍କା ଦେଇଥିଲା। ଘଟଣା ପରେ ଜିଆରପି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର