ଭୁବନେଶ୍ୱର ବିମାନବନ୍ଦରରୁ ମହିଳାଙ୍କଠାରୁ ୧୭ ଲକ୍ଷରୁ ଊର୍ଧ୍ୱ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବେନଶ୍ୱର ବିମାନବନ୍ଦରରୁ ପୁଣି ରବିବାର ସୁନା ଜବତ ହୋଇଥିବା ଖବର ମିଳିଛି। ଆଜି ବ୍ୟାଙ୍କକ୍‌ରୁ ୧୭ଲକ୍ଷରୁ ଊର୍ଧ୍ୱ ଟଙ୍କାର ସୁନା ନେଇ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ମହିଳା ସୁନା ଚେନ୍‌ ଓ ଚୁଡ଼ିରେ ରୁପା କୋଟିଂ କରି ଥାଇଲ୍ୟାଣ୍ଡ ପାସ୍‌ପୋର୍ଟରେ ଓଡ଼ିଶା ଆସିଥିଲେ।

ସୂଚନାଯୋଗ୍ୟ, ଗୋଟିଏ ମାସ ଭିତରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏକାଧିକ ଥର ସୁନା ଜବତ ହୋଇଛି। ବିଦେଶରୁ ସୁନା ନେଇ ଫେରୁଥିବା ବେଳେ ଚାଲାଣକାରୀ ବହୁବାର ଧରା ପଡ଼ିଥିଲେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳୁଛି। ବ୍ୟାଙ୍କକ୍‌ରୁ ସୁନା ଚାଲାଣକାରୀମାନେ ଅତି ସହଜରେ ସୁନା ନେଇ ଫେରୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନଙ୍କ ହାତରେ ଧରା ପଡୁଛନ୍ତି। ବିମାନରେ ଛଢ଼ିବା ପୂର୍ବରୁ ଭଲ ଭାବରେ ଯାତ୍ରୀଙ୍କୁ ଯାଞ୍ଚ କରାଗଲେ ଏଭଳି ଘଟଣାରେ ଦୋହରା ଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର