ଭୁବନେଶ୍ୱର : ବାରିପଦା, ନୟାଗଡ଼, କେରାପୁଟ ସମେତ ରାଜ୍ୟର ୧୨ଟି ଜେଲ୍ରେ ଥିବା ୧୭ଜଣ ବନ୍ଦୀ ଆଜି ମୁକ୍ତି ହୋଇଛନ୍ତି। ଦୀର୍ଘ ବର୍ଷ ଧରି ଜେଲ୍ରେ ଥିବା କଏଦୀମାନେ ମୁକ୍ତି ହେବା ପରେ ସେମାନଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଯେଉଁ କଏଦୀମାନେ ଦୀର୍ଘ ଦିନ ଧରି ଜଘନ୍ୟ ଅପରାଧରେ ବିଭିନ୍ନ ଜେଲ୍ରେ କଏଦୀ ଭାବେ କାଳ କାଟୁଥିଲେ, ସେମାନଙ୍କୁ ମୁକ୍ତି କରିବାକୁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏନେଇ ଏକ କମିଟି ଗଠନ ହୋଇଥିଲା। ୩ଟି ପର୍ଯ୍ୟାୟରେ ଜେଲ୍ରୁ କଏଦୀମାନଙ୍କୁ ମୁକ୍ତି କରାଯିବ। ପ୍ରଥମେ ଗାନ୍ଧୀ ଜୟନ୍ତୀ ଏହା ପ୍ରଣୟନ ହୋଇଛି। ଆସନ୍ତା ବର୍ଷ ଏପ୍ରିଲ ମାସ ୧୦ ତାରିଖ ଓ ପୁଣି ଥରେ ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତୀରେ କଏଦୀମାନେ ମୁକ୍ତି ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷକରି ମହିଳା, ବୟସ୍କ, କିନ୍ନର ଓ ଭିନ୍ନକ୍ଷମ କଏଦୀମାନଙ୍କୁ ମୁକ୍ତି କରାଯିବା ଉପରେ ପ୍ରଧାନ୍ୟ ଦିଆଯାଉଛି। ମହିଳା ଓ କିନ୍ନର କଏଦୀମାନଙ୍କ ବୟସ ୫୫ ବର୍ଷରୁ ଅଧିକ ହୋଇଥିବା ବେଳେ ପୁରୁଷ କଏଦୀମାନଙ୍କ ବୟସ ୬୦ ବର୍ଷ ହୋଇଥିବ। ସେହିପରି ୭୦ପ୍ରତିଶତ ଭିନ୍ନକ୍ଷମ କଏଦୀଙ୍କୁ ମୁକ୍ତି କରାଯିବା ଉପରେ ଚିନ୍ତା କରାଯାଉଛି। ଯୌତୁକଜନିତ ହତ୍ୟା, ଦୁଷ୍କର୍ମ, ମାନବଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ଓ ଆଜୀବନ ସଜ୍ଜା କାଟୁଥିବା କଏଦୀମାନଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ ନାହିଁ।
ପ୍ରକାଶଥାଉକି, ଦେଶର ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ ଗାନ୍ଧୀ ଜୟନ୍ତୀରେ ମୁକ୍ତି କରିବାକୁ କେନ୍ଦ୍ର ସରକାର ଗତ ଜୁଲାଇ ୧୮ ତାରିଖରେ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ପାଳନ କରିବାକୁ ଏକ ଗାଇଡଲାଇନ୍ ଜାରି କରିଥିଲେ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ ଗୃହ ବିଭାଗ ଅତିରିକ୍ତ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧୢକ୍ଷତାରେ ୩ ଜଣିଆ କମିଟି ଗଠିତ ହୋଇଥଲା। ଏଥିରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶୀକାନ୍ତ ମିଶ୍ର ଓ ଜେଲ୍ ବିଭାଗ ଏଡିଜି ବିନୟାନନ୍ଦ ଝା ପ୍ରମୁଖ ସଦସ୍ୟ ଅଛନ୍ତି।