ଯୁକ୍ତ୩ରେ ନାମ ଲେଖାଇଲେ ୧୭ ହଜାର ପିଲା

ଭୁବନେଶ୍ୱର :ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ ସଂସ୍କୃତ(ଶାସ୍ତ୍ରୀ) କଲେଜରେ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୭ ହଜାର ଛାତ୍ରଛାତ୍ରୀ ନାମଲେଖାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। କଳା ବିଭାଗରେ ସବୁଠାରୁ ଅଧିକ ୯ ହଜାର ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ବିଜ୍ଞାନ ବିଭାଗରେ ପ୍ରାୟ ୬ ହଜାର ଓ ବାଣିଜ୍ୟ ବିଭାଗରେ ଦୁଇ ହଜାର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଚଳିତବର୍ଷ ୯୮୫ କଲେଜ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି। ଏଥିପାଇଁ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ ଜଣଙ୍କୁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୧୨ ଓ ୧୩ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର