ବରଗଡ଼ ଚିନି କାରଖାନାକୁ ୨.୧୯ କୋଟି ଟଙ୍କା

ଭୁବନେଶ୍ୱର: ବରଗଡ଼ ସମବାୟ ଚିନି କାରଖାନାକୁ ଆଖୁ ଯୋଗାଇଥିବା ଚାଷୀମାନଙ୍କ ବକେୟା ପ୍ରାପ୍ୟ ବାବଦକୁ ସମବାୟ ବିଭାଗ ଦ୍ୱାରା ୨ କୋଟି ୧୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଖୁ ପେଡ଼ା ଋତୁ ୨୦୧୬-୧୭ରେ ଏହି ସମବାୟ ଚିନି କାରଖାନାକୁ ଆଖୁ ବିକ୍ରୟ କରିଥିବା ଚାଷୀମାନଙ୍କ ପ୍ରାପ୍ୟ ଏହି ଅର୍ଥରୁ ଭରଣା କରାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି ମାଧ୍ୟମରେ ଆଖୁ ପେଡ଼ା ଋତୁ ୨୦୧୩-୧୪ରେ ବରଗଡ଼ ସମବାୟ ଚିନି କାରଖାନା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଋଣ ଆଣିଥିଲା। ସମବାୟ ବ୍ୟାଙ୍କକୁ ଏହି ଖିଲାପି ଋଣ ଅର୍ଥ ଫେରାଇବା ପାଇଁ ମଧ୍ୟ ରାଜ୍ୟ ସମବାୟ ବିଭାଗ ୨ କୋଟି ୫ ଲକ୍ଷ ଟଙ୍କା ବରଗଡ଼ ସମବାୟ ଚିନି କାରଖାନାକୁ ପ୍ରଦାନ କରିଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର