ଅନ୍‌ଲାଇନରେ ଯୁକ୍ତ୨ ପୁସ୍ତକ

ଭୁବନେଶ୍ୱର : ଏଣିକି ଯୁକ୍ତ୨ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠ୍ୟପୁସ୍ତକ ପଢ଼ିପାରିବେ। ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରକାଶନୀ ଏବଂ ପ୍ରଣୟନ ସଂସ୍ଥା ପକ୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ଏଭଳି ସୁବିଧା କରାଯାଇଛି। ଛାତ୍ରଛାତ୍ରୀ ସଂସ୍ଥା ୱେବସାଇଟ୍‌କୁ ଯାଇ ପୁସ୍ତକ ଡାଉନ୍‌ଲୋଡ୍‌ କରିପାରିବେ। ମୋବାଇଲ୍‌, କମ୍ପ୍ୟୁଟର ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେବ। ପୁସ୍ତକ ଅପ୍‌ଲୋଡ୍‌ କରିବା ସମୟରେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବେ ଯୁକ୍ତ୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୨୯ଟି ପାଠ୍ୟପୁସ୍ତକ ଅପ୍‌ଲୋଡ୍‌ ହୋଇଛି। ଅନ୍ୟ ବହିଗୁଡ଼ିକ ଖୁବ୍‌ଶୀଘ୍ର ଅପଲୋଡ୍‌ କରାଯିବ। ଯୁକ୍ତ୨ ଦ୍ୱିତୀୟ ବର୍ଷର ୩୪ଟି ପୁସ୍ତକ ୨୦୧୮ ଜାନୁଆରି ଶେଷ ସୁଦ୍ଧା ଅପ୍‌ଲେଡ୍‌ କରାଯିବ ବୋଲି ଜଣାପଡ଼ିଛି। ଏହି ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଉପକୃତ ହେବେ।

ସମ୍ବନ୍ଧିତ ଖବର