ସୀମାନ୍ତରେ ୨ ଯବାନ ସହିଦ

ମାଲକାନଗିରି : ଆଜି ଅପରାହ୍ନରେ ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ବିଏସଏଫ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ବି କାଂକେର ଜିଲ୍ଲାର ଛୋଟେବେଠିଆ ଅଂଚଳରେ କମ୍ବିଂ ପାଇଁ ମୋଟର ସାଇକେଲରେ ବାହାରିଥିଲେ ୧୨୧ ବିଏସଏଫ ବାଟାଲିୟନର ଯବାନ। ଯବାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ମୋଟର ସାଇକେଲ ଜଂଗଲ ମଧ୍ୟରେ ପ୍ରବେଶ କରିବା ମାତ୍ରେ ନକ୍ସଲ ଏକ ବଡ ବିସ୍ଫୋରଣ କରିଥିଲେ। ଏଥିରେ ଦୁଇ ଜଣ ମୋଟର ସାଇକେଲରେ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏତିକିରେ ନକ୍ସଲଙ୍କ ରାଗ ଶାନ୍ତ ପଡିନଥିଲା। ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପଛରେ ଆସୁଥିବା ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରକୁ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ଏହି ବିସ୍ଫୋରଣରେ ସନ୍ତୋଷ ଲକ୍ଷ୍ମଣ ଓ ନିତ୍ୟାନନ୍ଦ ନାୟକ ନାମକ ଦୁଇ ଯବାନ ସହିଦ ହୋଇଥିବା ଜଣଶଯାଇଛି । ଏବେ ବି ଘଟଣାସ୍ଥଳରେ ଗୁଳିବିନିମୟ ଚାଲିଛି।

ସମ୍ବନ୍ଧିତ ଖବର