ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ଶଳା-ଭିଣୋଇ ମୃତ; ୪ ଗୁରୁତର

ତିହିଡ଼ି : ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ପେଟ୍ରୋଲ ପମ୍ପ୍‌ ନିକଟରେ ଆଜି ଦିନ ଗୋଟାଏ ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶଳା-ଭିଣୋଇଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଶଳା ତିହିଡ଼ି ଥାନା ଅନ୍ତର୍ଗତ କବୀରପୁର ଗାଁର ପ୍ରକାଶ ବିଶ୍ୱାଳ ଓ ଭିଣୋଇ ବାଂଶଡ଼ା ଥାନା ଅନ୍ତର୍ଗତ ଦୋସିଙ୍ଗା ବାଲିସାହିର ମୁକ୍ତିକାନ୍ତ ଜେନାଙ୍କ ପୁଅ ସୁଶାନ୍ତ(୩୨)। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର