୨୦ଫୁଟ ତଳକୁ ଖସିଲା ବସ୍‌ : ଶିଶୁକନ୍ୟା ସମେତ ୨ମୃତ, ୫ ଗୁରୁତର 

ଭବାନୀପାଟଣା : ଶୁକ୍ରବାର ଭୋର ୫ଟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘ମାଣିକେଶ୍ୱରୀ’ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଠାରୁ ପ୍ରାୟ ୪ କିଲୋମିଟର ଦୂର ଲାଲପୁଲିଆ ଠାରେ ୨୦ ଫୁଟ ପୋଲ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସ୍‌ର କଣ୍ଡକ୍ଟରଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବସ କଣ୍ଡକ୍ଟର ଯାଜପୁର କୁଆଖିଆର କଳ୍ପତରୁ ପଣ୍ଡା(୪୦) ଓ ଜାରକାର ମାଗୁଣି ଚରଣ ସାହୁଙ୍କ ଦେଢ଼ବର୍ଷର ଝିଅ ନିହାରୀକା ସାହୁ। ଅନ୍ୟ ୫ଜଣ ଗୁରୁତର ଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ମାଣିକେଶ୍ୱରୀ ବସ୍‌ (ଓଡି ୦୮ଜି ୨୮୮୮)ଟି ଭୁବନେଶ୍ୱରରୁ ଭାୟା ଭବାନୀପାଟଣା ଦେଇ ସିନାପାଲି ଯାଉଥିବା ସମୟରେ ଭବାନୀପାଟଣାର  ଲାଲପୁଲିଆଠାରେ ଭାରସାମ୍ୟ ହରାଇ ପୋଲତଳକୁ ଖସି  ପଡ଼ିଥିଲା।

ସମ୍ବନ୍ଧିତ ଖବର