ବାଇକ୍‌ ଉପରେ ଚଢ଼ିଗଲା ଟ୍ରଲର: ଶଳା,ଭିଣୋଇ ମୃତ

ବାଲେଶ୍ୱର/ବାହାନଗା : ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ସଂପର୍କରେ ଶଳା- ଭିଣୋଇ ବୋଲି ପୁଲିସ କହିଛି।

ସୂଚନା ଅନୁସାରେ; ଆଜି ସନ୍ଧ୍ୟା ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଏକ ନୂଆ ବାଇକ୍‌ରେ ବଳରାମଗଡ଼ି ସାମୁଦ୍ରିକ ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ଅର୍ବାଜ୍‌ ଅଲ୍ଲୀ ଖାନ୍‌(୨୯) ଓ ତାଙ୍କ ଶଳା ଦାୟର ଅଲ୍ଲୀ ଖାନ୍‌(୨୭) ସୋରରୁ ବାଲେଶ୍ୱର ଅଭିମୁଖେ ଆସୁଥିଲେ। ଏହି ସମୟରେ ବାଲେଶ୍ୱର ଆଡକୁ ଆସୁଥିବା ଏକ ଟ୍ରଲର ବାହାନଗା ପୁରୁଣା ବଜାର ୟୁକୋ ବ୍ୟାଙ୍କ ସମ୍ମୁଖରେ ସେମାନଙ୍କ ଗାଡି ଉପରକୁ ଚଢିଯାଇଥିଲା। ଏଥିରେ ଉଭୟଙ୍କ ମୁଣ୍ଡ ଖଣ୍ଡ ଖଣ୍ଡ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର