ବଜ୍ରପାତ ନେଲା ୨ ଦାଦନଙ୍କ ଜୀବନ

ପାଟପୁର : ଆନ୍ଧ୍ରପ୍ରଦେଶ ଓଙ୍ଗଲରେ ଏକ ଗ୍ରାନାଇଟ୍‌ ଖଣିରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ଗଂଜାମ ଜିଲ୍ଲାର ଦୁଇ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ମାନେ ହେଉଛନ୍ତି ସାନଖେମୁଣ୍ଡି ବ୍ଲକ୍‌ ଶୁଣ୍ଢିପଲ୍ଲୀ ଗ୍ରାମର କାଳିଆ ବିଷୋୟୀ (୩୪) ଓ ତିଲେଶ୍ୱର ଗ୍ରାମର ଭ୍ରମର ସେଠୀ (୩୬)। ଗତ ଶୁକ୍ରବାର ଅପରାହ୍ନରେ ଉଭୟ ପଥର ଉତ୍ତୋଳନ କାମରେ ନିୟୋଜିତ ହୋଇଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଆଜି ସେମାନଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ନୀତି ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର