ଅଜଣା ଗାଡି ଧକ୍କାରେ ୨ଯୁବକ ମୃତ

ଟାଙ୍ଗୀ : ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ର ବଇଁଚୁଅାଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଅଜଣା ଗାଡି ଧକ୍କାରେ ମୃତ ଦୁଇ ଯୁବକ ହେଲେ ଯାଜପୁର ଟାଉନ ଥାନା ବଣିଆପାଳ ଗ୍ରାମର ଗୌରାଙ୍ଗ ଚନ୍ଦ୍ର ଜେନା ଓ ଅମ୍ବିକାଇ ଗ୍ରାମର ମନୋଜ ଜେନା।

ମିଳିଥିବା ସୂଚନା ଅନୁସାରେ, ଚଣ୍ଡିଖୋଲ ପଟରୁ ୨ଜଣ ଯୁବକ ଏକ ବାଇକ୍‌ (ନଂ-ଓଆର-୦୪-ଟି-୪୩୬୦)ରେ କଟକ ଆସୁଥିଲେ। ତେବେ ବଇଁଚୁଅାଁ ଛକ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ଅଜଣା ଗାଡି ପଛପଟରୁ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଯୁବକ ଗାଡିରୁ ଛିଟିକି ପଡି ଫୁଟ୍‌ପାଥ୍‌ ବ୍ୟାରିକେଟରେ ମାଡ ହୋଇଥିଲେ । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଯୁବକକୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ ପଠାଇଥିଲେ । କିନ୍ତୁ ଚିକିତ୍ସା ପାଇଁ ନେବା ବାଟରେ ଯୁବକ ଜଣଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହିତ ମୃତ ଦୁଇ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦପରେ ମୃତହେଦକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର