ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟ ସହର ଉପକଣ୍ଠ ବନପଦର ଛକ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ସୂଚନା ଅନୁସାରେ କୋରାପୁଟରୁ ରାଣୀଗଡ ଯାଇଥିବା ରାସ୍ତାରେ ପି.ମାଳିଗୁଡାର ଜଗନ୍ନାଥ ନାୟକ ଏକ ଆପାଚି ମୋଟର ସାଇକେଲରେ କୋରାପୁଟ ଆଡକୁ ଆସୁଥିଲେ। ବନପଦର ଛକ ନିକଟରେ ଏହି ସମୟରେ ବିପରୀତ ଦିଗରୁ ଏକ ସିଡି ଡନ ମୋଟର ସାଇକେଲରେ ଆସୁଥିବା ତଳ ମାଙ୍ଗରାର ରାଜୁ ଖିଲଙ୍କ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ରାସ୍ତାରୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର