ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ମଙ୍ଗୁଳିଛକରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଙ୍କ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏକ ହୁଣ୍ଡା ଆକ୍ଟିଭା (ଓଡି୦୫ଏଲ୍‌୭୬୫୪) ଯୋଗେ ଏହି ଦୁଇ ଯୁବକ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେବାରୁ ଉଭୟ ଯୁବକ ରାସ୍ତାରେ ଛିଟିକି ପଡିଥିଲେ। ଏତିକିବେଳେ ପଛରେ ଆସୁଥିବା ଅନ୍ୟ ଏକ ଗାଡି ଉଭୟଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲାା ଫଳରେ ଘଟଣାସ୍ଥଳରେ ଉଭୟ ଯୁବକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା । ଟାଙ୍ଗୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜାତୀୟ ରାଜପଥ ଆମ୍ବୁଲାସ ଯୋଗେ ବଡ ମେଡିକାଲ ପଠାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲାା ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ଉଭୟ ରଙ୍ଗ ମିସ୍ତ୍ରୀ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର