ଝଡ଼ ତୋଫାନ ନେଲା ୨ ଜୀବନ : ଘର ଉପରେ ଗଛ ପଡ଼ି ମା’-ଝିଅ ମୃତ, ବାପା ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲାରେ ଝଡ଼ ତୋଫାନର କରାଳ ରୂପ ଦେଖିବାକୁ ମିଳିଛି। ଗତ ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ ଘର ଉପରେ ଗଛ ପଡ଼ି ଯିବାରୁ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥା ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଭଣ୍ଡାରପୁରି ଗାଁରେ।

ସୂଚନା ଅନୁସାରେ, ଶୁକ୍ରବାର ରାତି ୧୦ଟା ସମୟରେ ହଠାତ୍ ଝଡ଼ ତୋଫାନ ଆସିଥିଲା। ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିଥିଲା। ଫଳରେ ଏକ ଗଛ ଉପୁଡି ଘର ଉପରେ ପଡ଼ି ଯାଇଥିଲା। ଏହି ସମୟରେ ଘରେ ଶୋଇଥିବା ଘନେଶ ତାଣ୍ଡି ଓ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅ ତୁଳସୀ ଘର ଭିତରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଜୋଙ୍କ ଥାନା ପୁଲିସ ଓ ଖରିଆର ରୋଡ୍ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ବାହାରିଥିଲେ। ହେଲେ ରାସ୍ତା ସାରା ପଡିଥିବା ଗଛ ଯୋଗୁଁ ତାଙ୍କୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ତେବେ ସେଠାରେ ପହଞ୍ଚି କଟର ଯୋଗେ ଗଛ କାଟି ୪ ଘଣ୍ଟା ପରେ ସୁରକ୍ଷିତ ଅବସ୍ଥାରେ ଘନେଶଙ୍କ ସ୍ବାମୀଙ୍କୁ ବାହାର କରିଥିବା ବେଳେ ମା’ ଏବଂ ଝିଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆଜି ମା’ଓ ଝିଅଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର