ଅଂଶୁଘାତରେ ୨ ମୃତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମଥୁରାପଲ୍ଲୀ ପଞ୍ଚାୟତର ଭରସାନୂଆଁପଲ୍ଲୀ ଗ୍ରାମର ପାଣ୍ଡବ ଗୌଡ଼ (୪୫) ବିଲରେ କାମ କରୁଥିବାବେଳେ ଟଳି ପଡ଼ିଥିଲେ। ଅଂଶୁଘାତଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଚଣ୍ଡ ଖରାରେ ପାଣ୍ଡବ କାମ କରୁଥିଲେ। ଏହି ସମୟରେ ହଠାତ୍‌ ପାଣ୍ଡବଙ୍କ ତଣ୍ଟି ଶୁଖିଯିବାରୁ ସେ ନିକଟ ନାଳରୁ ପାଣି ପିଇ ହଠାତ୍‌ ଟଳି ପଡ଼ିଥିଲେ। ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ମୃତୁ ଘୋଷଣା କରାଯାଇଥିଲା। ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଡା. ପ୍ରଦୀପ କୁମାର ଗନ୍ତାୟତ କହିଛନ୍ତି। ସେହିପରି କଟକ ସଦର ବ୍ଲକ୍‌ ବ୍ରହ୍ମପୁର ପଂଚାୟତ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମ ୧ନମ୍ବର ୱାର୍ଡର ବାସିନ୍ଦା ସ୍ୱର୍ଗତ ଯୋଗେନ୍ଦ୍ର ବେହେରାଙ୍କ ପୁଅ ରତ୍ନାକର (୪୦)ଙ୍କର ଆଜି ଅଂଶୁଘାତରେ ମୃତ୍ୟୁ ଘଟିଛି । ମେଡ଼ିକାଲ୍‌ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁର କାରଣ ସୁସ୍ପଷ୍ଟ ହେବ ବୋଲି ଫାଣ୍ଡି ଅଧିକାରୀ ଦିଗାମ୍ବର ବେହେରା ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର