ମିନି ଟ୍ରକ୍‌-ବାଇକ୍‌ ଧକ୍କା,୨ ମୃତ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ରାଣୀବନ୍ଧ ପେଟ୍ରୋଲ ପମ୍ପ ନିକଟରେ ଆଜି ସଂଧ୍ୟା ପ୍ରାୟ ସାଢ଼େ ୮ଟାରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ (ଓଡି୧୬ସି-୧୪୮୬) ଗ୍ୟାସ ସିଲିଣ୍ଡର ବୋଝେଇ ମିନି ଟ୍ରକ୍‌ (ଓଡି୧୫ଡି-୪୦୩୧)କୁ ପଛପଟୁ ଧକ୍କା ଦେବାରୁ ବାଇକ୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଜଣେ ଗୁରୁତରଙ୍କୁ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇଜଣ ହେଲେ-ବିହାବନ୍ଧ ଗ୍ରାମର ସଙ୍ଗୀତ ମିଞ୍ଜ (୨୨) ଓ କୁସୁମଡେଗୀ ଗ୍ରାମର ରୋସନ ଲାକ୍ରା (୨୩)। ଆହତ ଅଶୋକ ଲାକ୍ରାଙ୍କ ଘର ବିହାବନ୍ଧରେ। ଏହି ୩ ସାଙ୍ଗ ବାଇକ୍‌ରେ ରାଜଗାଙ୍ଗପୁରରୁ ବିହାବନ୍ଧକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ରାଜଗାଙ୍ଗପୁର ପୁଲିସ ଆହତ ଅଶୋକଙ୍କୁ ଡାକ୍ତରଖାନା ପଠାଇବା ପରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ି ଓ ୨ଟି ମୃତଦେହକୁ ଜବତ କରିଛି।

ସମ୍ବନ୍ଧିତ ଖବର