ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର୍ହିଲିଆଗୁଡା ଗାଁ ରେ ଗତ ୧୭-୦୭-୨୦୧୬ରେ ଜଣେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ନବରଙ୍ଗପୁର ଜିଲ୍ଲା ଦେରାଜଜ୍ ୨ ଜଣଙ୍କୁ ଆଜୀବନ କାରଦଣ୍ଡ ଓ ୩ ଜଣଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପାପଡାହାଣ୍ଡି ଥାନାରେ ଗତ ୧୭-୦୭-୨୦୧୬ରେ ହୋଇଥିବା ଏତଲା ଅନୁଯାୟୀ ର୍ହିଲିଆଗୁଡା ଗାଁରେ ଦେବ ଭତ୍ରା (୬୨) ନାମକ ଜଣେ ବୃଦ୍ଧ ସାଇକେଲ ଯୋଗେ ଚାରଛାପର ଗାଁରୁ ନିଜ ଘରକୁ ଫେରୁଥିଲେ। ତାଙ୍କ ଘର ଠାରୁ ମାତ୍ର ୫୦ ମିଟର ଦୂରରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସେହି ଗାଁର ମଙ୍ଗଳସାଏ ଭତରା, ମହେଶ୍ୱର ମାଝୀ, ବଲ୍ଲବ ଭତରା, ଡମୁନାଥ ଭତରା, ବଳି ଭତରା ବୃଦ୍ଧ ଦେବଙ୍କୁ ଅଟକାଇ ମାରପିଟ କରି ଟାଣି ନେଉଥିଲେ। ତାଙ୍କ ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଦେଖିବା ବେଳକୁ ମଙ୍ଗଳସାଏ ଓ ମହେଶ୍ୱର ମାଝୀ ଦେବଙ୍କ ମୁଣ୍ଡକୁ ଓ ବେକକୁ ଠେଙ୍ଗା ଓ ଟାଙ୍ଗିଆରେ ମାଡ ଓ ଚୋଟ ମାରିବା ଫଳରେ ଘଟଣା ସ୍ଥଳରେ ଦେବଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳକୁ ଗ୍ରାମବାସୀ ଆସି ପହଞ୍ଚିବା ପରେ ସେମାନେ ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ। ଏ ନେଇ ସେହି ଦିନ ହିଁ ମୃତକ ଦେବଙ୍କ ସାନ ଭାଇ ପୂର୍ଣ୍ଣ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ। ପୂର୍ଣ୍ଣଙ୍କ ଏତଲାକୁ ଭିତ୍ତି କରି ପାପଡାହାଣ୍ଡି ଥାନାରେ କେସ ନଂ ୧୩୦/୧୬ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ନବରଙ୍ଗପୁର କୋର୍ଟରେ କେସ ନଂ ୨୫୪/୧୬ରେ ମାମଲା ବିଚରାଧିନ ରହିଥିଲା। ଜିଲ୍ଲା ଦୌରାଜଜ୍ ଅଶୋକ କୁମାର ପଣ୍ଡା ୨୦ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ମଙ୍ଗଳସାଏ ଭତରା ଓ ମହେଶ୍ୱର ମାଝୀକୁ ଦଫା ୩୦୨/୩୪ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ୧ ମାସ ଅଧିକ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି ଭାବେ ଧାରା ୩୨୩/୩୪ରେ ଡମୁନାଥ ଭତରା, ବଳି ଭତରା, ବଲବ ଭତରାଙ୍କୁ ୬ମାସ ଲେଖାଏଁ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଥିବାର ରାୟ ପ୍ରକାଶ କରିଛନ୍ତି।
ହତ୍ୟା ଅଭିଯୋଗ ମାମଲାରେ ୨ ଜଣଙ୍କୁ ଆଜୀବନ ଓ ୩ ଜଣଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍
/sambad/media/post_attachments/wp-content/uploads/2020/02/jail2_9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)