ସାପ୍ତାହିକ ହାଟରେ ନକ୍ସଲ ହମଲା, ୨ ଯବାନ ଗୁରୁତର

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ବାସାଗୁଡା ସାପ୍ତାହିକ ହାଟରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ। ଏହି ଆକ୍ରମଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆଜି ବାସାଗୁଡାରେ ସାପ୍ତାହିକ ହାଟ ରହିଥିଲା। ଯବାନମାନେ ଏହି ସାପ୍ତାହିକ ହାଟକୁ ସପ୍ତାହକ ପାଇଁ ବିଭିନ୍ନ ଜିନିଷ କିଣିବାକୁ ଆସିଥିଲେ। ଏନେଇ ପୂର୍ବରୁ ସୂଚନା ମିଳି ସାରିଥିବାରୁ ନକ୍ସଲଙ୍କ ଏକ ଛୋଟ ଦଳ ହାଟରେ ଛପି ରହିଥିଲା। ଯବାନଙ୍କୁ ଦେଖିବା ମାତ୍ରେ ୭ରୁ ୮ ରାଉଣ୍ଡ ଗୁଳି ଚଳାଇଥିଲେ। ସେହିପରି ଜଣେ ଯବାନଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ଗୁଳି ବାଜି ଜଣେ ଏବଂ ଛୁରି ମାଡ଼ରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ବିଜାପୁର ଏସପି ମୋହିତ ଗର୍ଗ ଏହି ଘଟଣାକୁ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର