ଟ୍ରାକ୍ଟର ଓଲଟି ୨ ଶ୍ରମିକ ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଲଥାକେନ୍ଦ ଛକ ନିକଟରେ ଶୁକ୍ରବାର ଏକ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସଲଣ୍ଡି ପଞ୍ଚାୟତର ଲଥାକେନ୍ଦ ଗାଁର ବୁଡୁ ନିଆଲ (୨୦) ଗୋବର ଭୁଏ (୨୧) ଓ ଟ୍ରାକ୍ଟର ଚାଳକ ନରେନ୍ଦ୍ର କଟା (୨୩) ସବୁଦିନ ପରି ଶୁକ୍ରବାର ଟ୍ରାକ୍ଟର ନେଇ ନାଥବୁଢା ନଦୀକୁ ବାଲି ଆଣିବାକୁ ବାହାରିଥିଲେ। ଗାଁରୁ କିଛି ବାଟ ଆସିଲା ପରେ ଦ୍ରୁତ ଗତିରେ ଯାଉଥିବା ଟ୍ରାକ୍ଟରଟି ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଲରେ ବୁଡୁ ନିଆଲ ଓ ଗୋବର ଭୁଏ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର