ରାଜ୍ୟରେ ଆଉ ୨ ଲକ୍ଷ ଲୋକ ପାଇବେ ରାସନ୍ କାର୍ଡ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୨ ଲକ୍ଷ ୨ ହଜାର ୮୦୯ ଜଣ ବ୍ୟକ୍ତିଗତ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରି ନାହାନ୍ତି, ସେମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ଜିଲ୍ଲା ନିମନ୍ତେ ଧାର୍ଯ୍ୟ ହିତାଧିକାରୀଙ୍କୁ ଯୋଗ୍ୟତା ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ କୁହାଯାଇଛି।

ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ୨୮୩୮ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ବାଲେଶ୍ବର ଜିଲ୍ଲାରେ ୭୬୫୬ ଜଣ, ବରଗଡ଼ ଜିଲ୍ଲାରେ ୨୯୯୨, ଭଦ୍ରକରେ ୪୪୭୬, ବଲାଙ୍ଗୀରରେ ୧୩୮୦୪, ବୌଦ୍ଧରେ ୧୧୩୬, କଟକରେ ୪୯୨୪, ଢେଙ୍କାନାଳରେ ୫୨୬୪, ଦେବଗଡ଼‌େର ୩୫୨, ଗଜପତିରେ ୪୩୦୬, ଗଞ୍ଜାମରେ ୩୮୦୩୪, ଜଗତସିଂହପୁରରେ ୩୪୮୬, ଯାଜପୁରରେ ୫୭୪୨, ଝାରସୁଗୁଡ଼ାରେ ୨୨୪୨, କଳାହାଣ୍ଡିରେ ୭୬୫୬, କନ୍ଧମାଳରେ ୪୬୦୯, କେନ୍ଦ୍ରାପଡ଼ାରେ ୫୨୬୪, କେନ୍ଦୁଝରରେ ୮୧୩୪, ଖୋର୍ଦ୍ଧାରେ ୩୫୦୨, କୋରାପୁଟରେ ୮୬୧୨, ମାଲକାନଗିରିରେ ୩୫୬୮, ମୟୂରଭଞ୍ଜରେ ୧୪୩୫୪, ନବରଙ୍ଗପୁରରେ ୩୭୨୨, ନୟାଗଡ଼ରେ ୩୮୧୨, ନୂଆପଡ଼ାରେ ୬୩୫୨, ପୁରୀରେ ୭୧୭୮, ରାୟଗଡ଼ାରେ ୬୬୯୮, ସମ୍ବଲପୁରରେ ୫୭୪୨, ସୁବର୍ଣ୍ଣପୁରରେ ୪୩୦୬ ଓ ସୁନ୍ଦରଗଡ଼ରେ ୧୨୦୪୮ ଜଣ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର