ଆସନ୍ତା ୩ ତାରିଖ, ସୋମବାର ମଧ୍ୟାହ୍ନ ୧୨ଟାରେ ପ୍ରକାଶ ପାଇବ +୨ ବିଜ୍ଞାନ ଫଳ

ଭୁବନେଶ୍ବର : ଆସନ୍ତା ୩ ତାରିଖ, ସୋମବାର ମଧ୍ୟାହ୍ନ ୧୨ଟାରେ +୨ ବିଜ୍ଞାନ ଫଳ ପ୍ରକାଶ ପାଇବ। ଏଥର ଗୀତଗୋବିନ୍ଦ ଭବନ‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ ‌ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଏଥର ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି।

ଚଳିତବର୍ଷ ଯଦିଓ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଉଛି ଏଥର ଯେପରି ତ୍ରୁଟି ନରହେ ସେଥିପ୍ରତି କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି। ଚଳିତବର୍ଷ ସାଧାରଣ ନିର୍ବାଚନ ପ୍ରକ୍ରିୟା, ବାତ୍ୟାର ପ୍ରଭାବ ଯୋଗୁଁ ଫଳ ପ୍ରକାଶରେ ବିଳମ୍ବ ହେଲା ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ହେଲେ ଜୁନ୍ ଦ୍ବିତୀୟ ସପ୍ତାହରେ +୨ କଳା, ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ www.orissaresults.nic.in ଓ www.chseodisha.nic.in ୱେବସାଇଟରେ ଦିନ ୧୨ଟା ପରଠାରୁ ରେଜଲ୍ଟ ଦେଖିପାରିବେ। ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜର ରେଜଲ୍ଟ ଜାଣିପାରିବେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ମେ ୬ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବାର ଥିଲା। ମେ ତୃତୀୟ ସପ୍ତାହରେ +୨ ବିଜ୍ଞାନ ଫଳ ପ୍ରକାଶ ପାଇଥାନ୍ତା। କିନ୍ତୁ ବାତ୍ୟା ଯୋଗୁଁ ଖାତା ଦେଖାରେ ବହୁ ବିଳମ୍ବ ହୋଇଥିଲା । ରାଜ୍ୟରେ ହୋଇଥିବା ମୋଟ ୫୮ଟି ମାନୁଆଲ ଓ ୩୬ଟି ଇ- ମୂଲ୍ୟାୟନ କେନ୍ଦ୍ରରେ ବାତ୍ୟା ପରବର୍ତ୍ତୀ ସମସ୍ୟା ଦେଖାଯିବାରୁ ଖାତା ମୂଲ୍ୟାୟନ ବିଳମ୍ବ ‌େହାଇଥିଲା। ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ବାତ୍ୟା ପରବର୍ତୀ ସମୟରେ ଅନୁପସ୍ଥିତ ରହିବାରୁ ଖାତା ଦେଖା ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା। ହେଲେ ଛାତ୍ରଛାତ୍ରୀଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଯଥାସମ୍ଭବ ଶୀଘ୍ର ଫଳ ପ୍ରକାଶ କରାଯାଇଛି ବୋଲି ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର