ଯୁକ୍ତ୨ ଖାଲି ସିଟ୍‌ ପାଇଁ ପୁଣିଥରେ ନାମଲେଖା

୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ, ସେପ୍ଟେମ୍ବର ୩ରୁ ୬ ତାରିଖ ମଧ୍ୟରେ ନାମଲେଖା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ଖାଲିଥିବା ସିଟ୍‌ ପୂରଣ ପାଇଁ ପୁଣିଥରେ ହେବ ନାମଲେଖା। ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) ଦାଖଲ କରିପାରିବେ। ‘www.samsodisha.gov.in’ରେ ହିଁ କେବଳ ଆବେଦନ କରିହେବ। ୩୦ ତାରିଖ ଅପରାହ୍‌୍‌ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ଯେକୌଣସି ଏସ୍‌ଆରସିରେ ସିଏଏଫ୍‌ ଓ ଫି’ ଦାଖଲ କରିପାରିବେ। ସେପ୍ଟେମ୍ବର ୩ରେ ମେଧା ତାଲିକା ପ୍ରକାଶ ପାଇବ ଏବଂ ୩ରୁ ୬ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ଯେଉଁଁ ଛାତ୍ରଛାତ୍ରୀ ପ୍ରଥମ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଇ ନଥିବେ, ଯେଉଁମାନେ ନାମ ଲେଖାଇଥିବେ ଓ ଉପର କଲେଜକୁ ଯିବାକୁ ଚାହୁଁଥିବେ ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ବିଜ୍ଞପ୍ତିି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୨୦୦୩ଟି କଲେଜ ମଧ୍ୟରୁ ୧୫୯୬ଟି ସାଧାରଣ କଲେଜ ଥିବା ବେଳେ ୨୩୧ଟି ଧନ୍ଦାମୂଳକ ଶିକ୍ଷା, ୧୭୪ଟି ସଂସ୍କୃତ କଲେଜ ରହିଛି। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ୯୬ ହଜାର ୮୫୨ ସିଟ୍‌ ଖାଲି ରହିଥିବା ନେଇ ସାମ୍‌ସ େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର