ଗଛରେ ପିଟି ହେଲା ବାଇକ୍‌, ୨ ଛାତ୍ର ମୃତ

ଫୁଲବାଣୀ : ଫୁଲବାଣୀରୁ ବଲସକୁମ୍ପା ରାସ୍ତା ବାରିଆଗୁଡ଼ା ନିକଟରେ ଆଜି ଅପରାହ୍ନରେ ବାଇକ୍‌ ଦୁର୍ଘଟଣାରେ ଫୁଲବାଣୀ ସ୍ୱୟଂଶାସିତ କଲେଜର ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ୨ ଛାତ୍ର ହେଲେ ଅବନୀକାନ୍ତ ବେହେରା ଓ ରାଜେଶ ବେହେରା। ଅବନୀକାନ୍ତ ଓ ରାଜେଶ ଏକ ବାଇକରେ ବଲସକୁମ୍ପା ନିକଟ ସୁନ୍ଦରଗଡ ଗାଁକୁ ଯାଉଥିଲେ। ବାରିଆଗୁଡା ନିକଟରେ ବାଇକ୍‌ଟି ଏକ ଆମ୍ବ ଗଛରେ ଜୋରରେ ପିଟି ହୋଇଥିଲା। ଏଥିରେ ଅବନୀକାନ୍ତ ଓ ରାଜେଶ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ତେବେ ଫୁଲବାଣୀରୁ କିଛି ଦୂର ପରେ ବାଟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଦୁଇ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଖବର ପାଇ ପରିବାର ଓ କଲେଜର ଛାତ୍ରମାନେ ପହଞ୍ଚିବା ପରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର