ନିଆଳି ବ୍ଲକ୍‌ରେ  ଚତୁର୍ଦ୍ଦଶ ଅର୍ଥ କମିସନ ଟଙ୍କା ଆତ୍ମସାତ ଘଟଣା: ଦୁଇ ଭିଏଲ୍‌ଡବ୍ଲୁ ନିଲମ୍ବିତ

0 6

କଟକ : ନିଆଳି ବ୍ଲକ୍‌ର ଅଲଣା ପଞ୍ଚାୟତରେ ଚତୁର୍ଦ୍ଦଶ ଅର୍ଥ କମିଶନର ୧୫ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ନୂତନ ନଳକୂପ ବସାଇବା, ମରାମତି  ନାଁରେ ଯନ୍ତ୍ରୀଙ୍କ ଜାଲ ଦସ୍ତଖତ କରି ଉଠାଇ ନିଆଯାଇଛି ୧୫ ଲକ୍ଷ ଟଙ୍କା ହଡ଼ପ ଘଟଣାରେ  ଦୁଇ ଭିଏଲ୍‌ଡବ୍ଲୁ ମାୟାଧର ମିଶ୍ର ଓ ଉମେଶ ବେହେରାଙ୍କୁ  ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର। ଏଥିସହ ସରପଞ୍ଚ ବନମାଳି ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌  ଜାରି କରାଯାଇଛି। ଅନ୍ୟପଟେ ଗ୍ରାମ ସଂପ୍ରସାରଣ ଅଧିକାରୀ(ଜିପିଓ)ଙ୍କୁ ମଧ୍ୟ କୈଫିୟତ ତଲବ କରାଯାଇଛି। ଅଲଣା ପଂଚାୟତରେ କେତେ ଟଙ୍କାର ଅର୍ଥ ହେରଫେର ହୋଇଛି, କେଉଁ କାମରେ କେତେ ଟଙ୍କା ପ୍ରକୃତପକ୍ଷେ ବିନିଯୋଗ ହୋଇଛିନା ନାହିଁ  ସେ ନେଇ ସ୍ୱତନ୍ତ୍ର ସମୀକ୍ଷା କରାଯିବ ବୋଲି  ଜିଲ୍ଲା ପଞ୍ଚାୟତ ଅଧିକାରୀ ରଜନୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ନିଆଳି ବିଡିଓଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.